April 26, 2026

ଟ୍ରାକ୍ଟର, ଟ୍ରଲି ସହିତ ହାର୍ଭେଷ୍ଟର ଜବତ, ୧ ଗିରଫ

IMG-20250704-WA0014
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବ୍ଲକ ଦେବାହାଲ ରୁ ଚୋରି

ହୋଇଥିବା ଟ୍ରାକ୍ଟର, ଟ୍ରଲି ସହିତ

ହାର୍ଭେଷ୍ଟର ଜବତ କରିବାରେ

ସକ୍ଷମ ହୋଇଛି ଅତାବିରା ପୋଲିସ । ବରଗଡ଼

ଏସଡିପିଓ ପଦାରବିନ୍ଦ ତ୍ରିପାଠୀ

ଏବଂ ଅତାବିରା ଥାନା ଅଧିକାରୀ

ପ୍ରକାଶ କୁମାର କଣ୍ନ ସାମ୍ବାଦିକ

ସମ୍ମିଳନୀରେ ଏହି ସୂଚନା

ଦେଇଛନ୍ତି। ସୂଚନା ଅନୁସାରେ ଜୁନ ୨ ରାତ୍ରୀରେ

ଦେବାହାଲର ଏକ ପେଟ୍ରୋଲ ପମ୍ପ ରାସ୍ତାରେ ଥ‌ିବା

ଦେବାହାଲର ବାସୁଦେବ ବାରିକଙ୍କ ଟ୍ରାକ୍ଟର ଟ୍ରଲିରେ

ବୋଝେଇ ରହିଥ‌ିବା ହାଭେଷ୍ଟର ଚୋରି ହୋଇଥିଲା। ଏନେଇ

ବାସୁଦେବ ବାରିକ ଥାନାରେ ଏତଲା ଦେଇଥିଲେ। ଏତଲାକୁ

ଭିଭିକରି ଥାନା ଅଧିକାରୀ

ପ୍ରକାଶ କୁମାର କର୍ଣଙ୍କ

ତତ୍ତ୍ଵାବଧାନରେ ଏସଆଇ

ସୁରେଶ ନାୟକ, ମୁକେଶ

ମେସୁଆ, ସହଦେବ ବିମାରୀ

ଏହାର ତଦନ୍ତ

ଆରମ୍ଭ

କରିଥିଲେ। ରେଙ୍ଗାଲିକ୍ୟାମ୍ପରୁ

ଛତିଶଗଡ ପର୍ଯ୍ୟନ୍ତ

ସିସିଟିଭି ଫୁଟେଜରୁ ପୁଲିସ

ସନ୍ଦେହ କରି ରାୟପୁର ସିଗମାରୁ

ଟ୍ରଲି ସହିତ ଟ୍ରାକ୍ଟର ଏବଂ ବୋଝେଇ ହୋଇଥିବା ହାଭେଷ୍ଟର

ଦେଖ‌ିବାକୁ ପାଇଥିଲା। ଏଥ‌ିରେ ସଂପୃକ୍ତ ପଞ୍ଜାବର ଲଖେବାଲି

ଥାନା ଅନ୍ତର୍ଗତ ତମକୋଟ ଗ୍ରାମର ସେଵା ସିଂ(୩୮)କୁ ପୁଲିସ

ଗିରଫ କରିଛି । ଏଥରେ ସଂପୃକ୍ତ ଥ‌ିବା ଅନ୍ୟମାନଙ୍କୁ ମଧ୍ୟ

ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖୁଥ‌ିବା କହିଛି।