ବେଲଗୁଣ୍ଠା ଥାନାରେ ନୂତନ ଆଇଆଇସିଙ୍କୁ ବିଦାୟ ସମ୍ବର୍ଦ୍ଧନା , I
ଭଞ୍ଜନଗର:୩/୭(ସୁକାନ୍ତ କୁମାର ନାୟକ)ଙ୍କ ରିପୋଟ’ ଉପାନ୍ତ ଖବର ,
ବେଲଗୁଣ୍ଠା ଥାନା ନୁତନ ଆଇଆଇସିଙ୍କୁ ସ୍ୱାଗତ ଏବଂ ପୂର୍ବତନ ଆଇଆଇସି ଙ୍କୁ ବିଦାୟ ସମ୍ବର୍ଦ୍ଧନା ।
ବେଲଗୁଣା, ବେଲଗୁଣ୍ଠା ଥାନା ପରିସରରେ ନୂତନ ଥାନା ଅଧିକାରି ରୁପେ ଯୋଗଦେଇଥିବା ରେବତି ଶବରଙ୍କୁ ଆଜି ଥାନା ତରଫରୁ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ତରଫରୁ ଉପଢୌକନ ଓ ଜଗନ୍ନାଥ ଙ୍କଫୋଟ ଦେଇ ସ୍ୱାଗତ କରାଜାଇଥିଲା
ସେହିପରି ଏଠାରେ ପୁର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରି ବନ ବିହାରି ପ୍ରଧାନଙ୍କୁ ମଧ୍ୟ ଉପଢୌକନ ଏବଂ ଜଗନ୍ନାଥଙ୍କ ଫୋଟ ଚ଼ିତ୍ର ପ୍ରଦାନ କରି ବିଦାୟ ସମ୍ବଦ୍ଦ’ନା ଦିଆ ଯାଇଥିଲା । ଶ୍ରୀମତୀ ଶବର ପୂର୍ବରୁ ଗଞ୍ଜାମ ଜିଲ୍ଲା ତାରସିଂ ଥାନାରେ ଥାନା ଅଧିକାରି ଭାବେ ଦାଇତ୍ଵ ତୁଲାଇ ଥିବାବେଳେ ବେଲଗୁଣ୍ଠା ବଦଳି ହୋଇଛି । ସେହିପରି ବେଲଗୁଣ୍ଠା ଥାନା ଅଧିକାରି ବନ ବିହାରି ପ୍ରଧାନଙ୍କୁ ଗାଙ୍ଗପୁର ଥାନାକୁ ବଦଳି ହୋଇଛି । ଆଜିର ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ଏସ୍ଆଇ ଅଜୟ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟତମ ଅତିଥି ରୂପେ ଏସ୍ଆଇ ବିଶ୍ୱ ରଞ୍ଜନ ନାୟକ, ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁ ମ୍ନପାତ୍ର, ଏଏସ୍ଆଇ ଅନୁ ମଲ୍ଲିକ, ଏଏସ୍ଆଇ ଜୋତ୍ସ୍ନା ରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଭାତ କୁମାର ସାହୁ, ଚନ୍ଦନ କୁମାର ସାହୁ, ସୁସାନ୍ତ ବେହେରା, ମନୋଜ ପାତ୍ର, ପଞ୍ଚାନନ ସାହୁ ସମେତ ଥାନାର ସମସ୍ତ କମିଚାର ଉପସ୍ଥିତ ଥିଲେ |
