August 18, 2026

ବୁଗୁଡ଼ାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ

IMG-20230604-WA0009
Share

ବୁଗୁଡ଼ାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ
ବୁଗୁଡ଼ା : ତା ୦୪/୦୬/୨୩ : ସ୍ନାନୀୟ ବଳଦେବ
ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରାତଃ କାଳରେ ଠାକୁରଙ୍କ ଅବକାଶ , ମଙ୍ଗଳ ଆଳତି, ମଇଲମ , ତଡପଲାଗି ଆଦି କାର୍ଯ୍ୟକ୍ରମ ସାଙ୍ଗକୁ ଶ୍ରୀ ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସଙ୍କ ଦ୍ଵାରା ଛେରା ପହଁରା ସହ ଠାକୁରଙ୍କ ପହଣ୍ଡି ବିଜେ କରି ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା । ସେଠାରେ ପୁରୁଷୋସିତ ମନ୍ତ୍ରରେ ସ୍ନାନ ବିଧି ସମ୍ପନ୍ନ ପରେ ଠାକୁର ଗଜାନନ ବେଶ ଧାରଣ କରିଥିଲେ। ଏହା ପରେ ୧୦୮ ଆଳତି ନୀତି, ପୂଜାପାଠ ଓ ସଙ୍କୁଡି ଭୋଗ
କାର୍ଯ୍ୟକ୍ରମ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ପରେ
ତିନି ଠାକୁର ଅଣସର ଘରକୁ ବିଜେ କରିଥିଲେ । ପୂଜକ ରମେଶ ଚନ୍ଦ୍ର ପାଣି , ଦିନବନ୍ଧୁ ପାଣି, ସୁରେନ୍ଦ୍ର ପାଣି , ସୁରେଶ ଚନ୍ଦ୍ର ପଣ୍ଡା , ସନ୍ଯାସୀ ପଣ୍ଡା , ହରିହର ପଣ୍ଡା , ଦେବେନ୍ଦ୍ର ପାଣି , ଅଶୋକ କୁମାର ପାଣି , ସୁବ୍ରତ ପଣ୍ଡା , ରବିନ୍ଦ୍ର ପାଣି , ଭୋଳାନାଥ ପାଣି , ଆଶିଷ ପାଣି , ଆଲୋକ ପାଣି ପ୍ରମୁଖ ପୂଜାପାଠ କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶରତ ଚନ୍ଦ୍ର ମହାରଣା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର
ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।ଠାକୁରଙ୍କ ୧୦୮ ଜଳଲାଗି ଏବଂ ଗଜାନନ ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

You may have missed