April 27, 2026

ଚିଲିକା ମସ୍ୟଜୀବୀଙ୍କ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କଲେ ସାଂସଦ‌ ଅପରାଜିତା

IMG-20230404-WA0013
Share

ଚିଲିକା ମସ୍ୟଜୀବୀଙ୍କ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କଲେ ସାଂସଦ‌ ଅପରାଜିତା

ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତାଷଡ଼ଙ୍ଗୀ ମହୋଦୟା ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କଲେ l ଏହି ଅବସରରେ ଚିଲିକା ନିକଟ ବର୍ତ୍ତୀ ସମସ୍ତ ପଞ୍ଚାୟତର ହଜାର ହଜାର ମସ୍ୟଜୀବୀଙ୍କ ଉନୟନ ପାଇଁ ଅର୍ଥ ମଞ୍ଜୁରୀ ପାଇଁ ଅନୁରୋଧ କଲେ l

ମାନ୍ୟବର କେନ୍ଦ୍ରମନ୍ତ୍ରୀ ମହୋଦୟ ଚିଲିକା ସଫେଇ, ନବୀକରଣ, ଏବଂ ପୁନଃ ନିର୍ମାଣ ପାଇଁ ଆବଶକୀୟ ଆର୍ଥିକ ସହାୟତା ଖୁବ ଶୀଘ୍ର ଯୋଗାଇଦେବେ ବୋଲି ସ୍ପଷ୍ଟ କରିଛନ୍ତି l

ଖୁବ ଶୀଘ୍ର କାମ ଆରମ୍ଭ ହେବ ଏବଂ ଜନସାଧାରଣ ବ୍ୟପକ ଭାବେ ଉପକୃତ ହେବେ l

ଏହି ଅବସରରେ ମସ୍ୟଜୀବୀ ବନ୍ଧୁ ମାନଙ୍କ ତରଫରୁ ସାଂସଦ ଅପରାଜିତା ବିଭାଗୀୟ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି,,,

ବ୍ୟୁରୋ ରିପୋର୍ଟ