July 22, 2026

ଆଜିଠାରୁ ମୂତ୍ୟାଲୁ ମାଙ୍କ ୨୪ ତମ ଚୈତ୍ର ଯାତ୍ରା ଆରମ୍ଭ

IMG-20230404-WA0026
Share

 

ଗୁଣୁପୁର – ୪-୪-୨୦୨୩- (ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣୁପୁର ମୋତିଲାଲ ନଗର ସ୍ଥିତ ପ୍ରସିଦ୍ଧ ଆରାଧ୍ୟ ଦେବୀ ମୂତ୍ୟାଲୁ ମାଙ୍କ ପୀଠରେ ୨୪ ତମ ଚୈତ୍ର ଯାତ୍ରା ଆଜି ମହାଆଡମ୍ବରରେ ଆରମ୍ଭ ହୋଇଯାଇଛି।ରଙ୍ଗ ବେରଙ୍ଗ ଆଲୋକ ସଜ୍ଜାରେ ପୀଠ ପରିସର ଝଲସି ଉଠୁଛି।ସକାଳେ ମାଙ୍କୁ ପଞ୍ଚମ୍ବୃତ ଅଭିଷେକ, ଅଳଙ୍କାର ଦର୍ଶନ, ଧ୍ଵଜ ସ୍ଥାପନ କରାଯାଇଥିଲା। ପରେ ବଂଶଧାରା ନଦୀ ନିକଟରେ ପୂଜାର୍ଚ୍ଚନା କରି ଗଙ୍ଗା ଆବାହନ କରାଯାଇଛି। । ପ୍ରଭାତ କୁମାର ରଥଶର୍ମା ,ସିମାଞ୍ଚଳ ପଣ୍ଡା ପ୍ରମୁଖ ଗଙ୍ଗା ଅଧିବାସ,ମଣ୍ଡଳ ପୂଜନ,ହୋମଗ୍ନି ସ୍ଥାପନ ଏବଂ ଅର୍ଚ୍ଚନ ବେଦକ୍ତ ରୀତିରେ ପୁରୋହିତ୍ୟ କରିଥିବା ବେଳେ ସଉରା ପଣ୍ଡା କର୍ତ୍ତା ଭାବେ ହୋମ କାର୍ଯ୍ୟ ସଂପାଦନ କରିଥିଲେ। ସନ୍ଧ୍ୟାରେ ମୋତିଲାଲ ନଗର ସହ ଅଞ୍ଚଳର ମହିଳା ମାନଙ୍କୁ ନେଇ ଏକ କଳସ ଯାତ୍ରା ବାହାରି ସହର ପରିକ୍ରାମା କରି ମାଙ୍କୁ ଜଳାଭିଷେକ କରାଯାଇଥିଲା।ମନ୍ଦିର ପୂଜକ ଭାବେ ବି.କିଶୋର, ଏମ. ଚିନା, ଏମ. କିଷାନ, ଏମ.ରାଜା ପ୍ରମୁଖ ରୀତି ନୀତି ଅନୁଯାୟୀ ପୂଜା ପାଠ କରିଥିଲେ।ଏହି ଯାତ୍ରାକୁ ମୂତ୍ୟାଲୁମା ପୂଜା କମିଟିର ସଦସ୍ୟ ଏବଂ ସାହି ବାସିନ୍ଦା ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ପ୍ରତ୍ୟେକ ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନେଇ କମିଟି ପକ୍ଷରୁ ସୂଚନା ଦେଇଛନ୍ତି।