କୁନ୍ଦୁରା ବ୍ଲକ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ Bjd ର ସାମ୍ବାଦିକ ସମ୍ମିଳନୀକୁ ବିରୋଧ l
କୁନ୍ଦୁରା ତା 4 .3. କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ କଂଗ୍ରେସ ଭାବନ ଠାରେ ଆଜି ଦିନ 12 ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଗତ 28 ରିଖ ଦିନ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଫୁପୁଗାଁ ପଞ୍ଚାୟତ ର ଯବା ପାତ୍ରପୁଟ ଗାଁର ଅମୃତ ସରୋବର ପୋଖରୀ ଖନନ ଦୁର୍ନୀତିକୁ ନେଇ ବ୍ଲକ ବିଜୁ ଜନତା ଦଳ ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀ ପରେ ପାଲଟା ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ l ବ୍ଲକ ସଭାପତି ସୁରେନ୍ଦ୍ର ପରଜା କହିଛନ୍ତି କି ସରକାରୀ ଭାବେ ହୋଇଥିବା ଅଭିଯୋଗକୁ ସରକାରୀ ସ୍ତରରେ ଭିଜିଲାନ୍ସ ତଦନ୍ତ କରୁଛି l ତେବେ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ନିନ୍ଦିତ କରିବା ଓ ଭିଜିଲାନ୍ସରେ ହୋଇଥିବା ଅଭିଯୋଗରେ bjd କିମ୍ବା କୌଣସି ଦଳୀୟ କର୍ମୀ ବା କର୍ମକର୍ତ୍ତାଙ୍କ ନାମ ଅନ୍ତର୍ଭୂକ୍ତ କରିନଥିବାବେଳେ ଦଳ କାହିଁକି ସମ୍ମିଳନୀ ଡାକିଲେ ଓ ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରୁଛନ୍ତି l ଯାହାକି ସରକାରୀ ସ୍ତରରେ ଓ ସରକାରୀ ଭାବେ ଅଭିଯୋଗ କରିବାର ଥିଲା କିନ୍ତୁ ତାହା କଲେ ନାହିଁ l ତେଣୁ ଏହି କାର୍ଯ୍ୟରେ ବିଜୁ ଜନତା ଦଳର ସମ୍ପୃକ୍ତି ଥିବା ଦୃଢୋକ୍ତି ଦେଇଛନ୍ତି l ଯାହାକୁ ନେଇ ସେ ଦୃଢ଼ ବିରୋଧ କରୁଥିବା ପ୍ରକାଶ କରିଛନ୍ତି l ବିଜୁ ଜନତା ଦଳ ଶାସିତ ପଞ୍ଚାୟତରେ ସରପଞ୍ଚ ଅନ୍ୟ ପ୍ରତିନିଧି କିମ୍ବା କର୍ମଚାରୀ ଏଭଳି କି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଜ୍ଞାତରେ ପୋଖରୀ କାର୍ଯ୍ୟରେ ପରିଦର୍ଶନ ଓ ସିଧା ସଳଖ ଭିଜିଲାନ୍ସର ଦ୍ୱାରସ୍ଥ ହେଲେ କାହିଁକି ? ଓ ଏ ନେଇ ବ୍ଲକ ଅଧ୍ୟକ୍ଷା ଙ୍କ ନିକଟରେ ଅଭିଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଭାବେ କରାଗଲା l ଏହି ପ୍ରଶ୍ନରେ ଉତ୍ତର ରଖିଥିଲେ କି ମନରେଗା ରେ peo ଏବଂ ସରପଞ୍ଚଙ୍କ ଦସ୍ତଖତରେ ଅର୍ଥ କାରବାର ହୋଇଥାଏ l ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଅଭିଯୋଗ ହୋଇଛି ପଞ୍ଚାୟତ ଦାୟିତ୍ଵରେ ଥିବା କର୍ମଚାରୀ ଓ ସରପଞ୍ଚଙ୍କ ଏଥିରେ ସମ୍ପୃକ୍ତି ଥିବା ଉପଲବ୍ଧି କରି ତାର ସତ୍ୟାସତ୍ୟ ଜାଣିବା ପାଇଁ bdo କିମ୍ବା ଅଧୀନସ୍ଥ ଅନ୍ୟ କର୍ମଚାରୀଙ୍କ ଅଜାଣତରେ ପରିଦର୍ଶନ ଓ ଅଭିଯୋଗ କରାଯାଇଛି l କି ଶ୍ରୀ ପରଜା ନିଜେ ବ୍ଲକ ଅଧ୍ୟକ୍ଷ ଥିବାବେଳେ ଏଭଳି କିଛି ଦୁର୍ନୀତିକୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ସମ୍ପୃକ୍ତ କର୍ମଚାରିଙ୍କ ବଦଳି ହୋଇଛି କିନ୍ତୁ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହୋଇନାହିଁ l ତେଣୁ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଛି l କର୍ମଚାରୀ ଓ ପ୍ରତିନିଧି ଙ୍କ ମଧ୍ୟରେ ଉଚିତ ବୁଝାମଣା ନ ରହିଲେ ଏଭଳି ସ୍ଥିତି ଉପୁଜେ l ବ୍ଲକର ବିକାଶ ପାଇଁ ଦଳ ମତ ନିର୍ବିଶେଷରେ କାର୍ଯ୍ୟ କରାଯିବ l ଆବଶ୍ୟକ ସ୍ଥଳେ ବିରୋଧୀ ବିଜୁ ଜନତା ଦଳର ମତାମତ ଓ ସହଯୋଗ ମଧ୍ଯ ଲଢିବେ ବୋଲି ସ୍ଵଷ୍ଟ କରିଛନ୍ତି l ଭିଜିଲାନ୍ସ ତଦନ୍ତ ଦ୍ଵାର ଦୁର୍ନୀତିର ପ୍ରକୃତ ଚିତ୍ର ଜଣାପଡିବ ଓ ପ୍ରକୃତ ପକ୍ଷେ ଦୁର୍ନୀତି ହୋଇଥାଏ ତେବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ pcc ସଭ୍ଯ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସଂଖ୍ୟା ଲଘୁ ସେଲ୍ ବ୍ଲକ ସଭାପତି ସୁବାସ ସେବତୀ, ଜିଲ୍ଲା କୃଷକ କମିଟି ଜିଲ୍ଲା ସଭାପତି ଭବାନୀ ଶଙ୍କର ରଥ, ଦଳର ଅନ୍ୟ ବରିଷ୍ଠ କର୍ମକର୍ତ୍ତା, ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l
ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ news ଉପାନ୍ତ ଓଡ଼ିଶା l