June 26, 2026

ବିରୂପାନଦୀ ରୁ ମୃତ ଯୁବକ ଉଦ୍ଧାର।

ujhguih
Share

 

ମାହାଙ୍ଗା_ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମ ପଞ୍ଚାୟତ ବିରୂପା ନଦୀ ପେଙ୍ଗୁଲାଇ ନଦୀ ବନ୍ଧ ରାସ୍ତା ନିକଟରେ ଏକ ଅଚିହ୍ନା ବ୍ୟକ୍ତି ନଦୀ ପାଣିରେ ଭାସି ଯାଇଥିବା ସମୟରେ ନଦୀରେ କୁସୁପୁର ଗ୍ରାମର କେତେ ଜଣ ପିଲା ସାଙ୍ଗ ହୋଇ ଗାଧୋଉଥିବା ବେଳେ ଦେଖିବାକୁ ପାଇଥିଲେ । ବ୍ୟକ୍ତି ଜଣକୁ ଉଦ୍ଧାର କରି ଉପରକୁ ଆଣି ଦେଖିଲେ ଲୋକଟି ମରିଯାଇଛି ।ପିଲାମାନେ ଏହି ପଞ୍ଚାୟତ ର ସମିତି ସଭ୍ୟାଆ ଙ୍କ ପ୍ରତିନିଧି କୁ ଖବରଦେଇଥିଲେ । ସମିତିସଭ୍ୟା ଙ୍କପ୍ରତିନିଧି ମାହାଙ୍ଗା ଥାନା କୁ ଖବର ଦେଇ ଥିଲେ । ଖବର ପାଇ ମାହାଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଥିବା ଜଣା ପଡିଛି। ଯୁବକ ଜଣଙ୍କର ପରିଚୟ ମିଳିପାରି ନାହିଁ ।

You may have missed