November 15, 2024

ପାରଳାଖେମୁଣ୍ଡି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ଆକ୍ରମଣ ପ୍ରତିବାଦରେ ଅଭିଯୋଗ ଏତଲା ଦାଏର

Share

 

ପାରଳାଖେମୁଣ୍ଡି:୪/୩(ଗରୁଡ଼ ଧ୍ଵଜ ଚୌଧୁରୀ)ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ପ୍ରତିବାଦ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ଥାନାରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ଗହଣ ଅଭିଯୋଗ ଏତଲା ଦିଆଯାଇଛି। ।ବିଜେପି ଉ ପକ୍ଷରୁ ଦିଆ ଯାଇଥିବା ଅଭିଯୋଗ ଏତଲାରେ ଦର୍ଶାଯାଇଛି ଯେ , ଗତ ମଙ୍ଗଳବାର ଦିନ ବିଜେପି ଯୁବ ମୋର୍ଚ୍ଚା , ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆ ଯାଇଥିଲା ।ପ୍ରତିବାଦ ଶୋଭାଯାତ୍ରା ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନରୁ ବାହାରି ପିଏମଜି: ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ ଆମର ବିଜେପି: କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା ।ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କ ମିଳିତ ଆକ୍ରମଣରେ ଶତାଧିକ ଦଳୀୟ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି ।ଶୋଭାଯାତ୍ରା ସମୟରେ ଆମ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅସଦାଚରଣ କରାଯିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରା ଯାଇଥିଲା , ଯାହାର ଦୃଶ୍ୟ କି ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି।ପୋଲିସ ଡିଜି ସୁନିଲ ବଂଶଲ ଭୁବନେଶ୍ବର କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ , ଯାହାକି ଏଭଳି ଆଚରଣ ପୋଲିସର ବିଶ୍ୱସନୀୟତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଭାରତୀୟ ଜନତା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି , ସେଥ୍ରେ ରାଜ୍ୟର ସାଢେ ୪ କୋଟି ଓଡ଼ିଆ ମାନସିକ ସ୍ତରରେ ଆଘାତ ପାଇଛନ୍ତି ।ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ।ପୋଲିସ ଡିଜି , ଭୁବନେଶ୍ବର – କଟକ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ\’ରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଆମ କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଛନ୍ତି ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କୁ ପୋଲିସ ଏଏସଆଇ: ହତ୍ୟା କରିଛି । ଏହି କଥାକୁ ବିଜେପି: ବାରମ୍ବାର କହୁଥିବା ଯୋଗୁଁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି । ସେଥିପାଇଁ ପୋଲିସ ଏପରି କାର୍ଯ୍ୟ କରିଛି ।ତେଣୁ ପୋଲିସ ଡିଜି ଭୁବନେଶ୍ବର କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଅନୁରୋଧ କରୁଛୁ ବୋଲି ଲିଖିତ ଅଭିଯୋଗ ଏତଲାରେ ଦର୍ଶାଯାଇଥିବା କୁହାଯାଇଛି ।ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ ଟି: ବସନ୍ତ କୁମାର , ଅରୁଣିମା ସାହୁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ