July 14, 2026

ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳ ଉତ୍ସବ ୨୦୨୩ପାଳିତ

WhatsApp Image 2023-03-04 at 13.56.24
Share

 

ପାରଳାଖେମୁଣ୍ଡି:୪./୩(ଗରୁଡ ଧ୍ଵଜ ଚୌଧୁରୀ ) ଆଜି ଠାରୁ ଛଅ ଦିନ ବ୍ୟାପି ଅର୍ଥାତ୍ ୦୮ମାର୍ଚ୍ଚ ଯାଏଁ ପାରଳାଖମୁଣ୍ଡିସ୍ଥିତ ଦୋଳ ମଣ୍ଡପ ଠାରେ ରାଧା କୃଷ୍ଣଙ୍କୁ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି।ଆଜି ଠାରୁ ହୋଲି ପର୍ଯ୍ୟନ୍ତ ଏହି ଉଚ୍ଛବ ଚାଲିବ। ଆଜି ମୁଖ୍ୟ ଅତିଥି ଭାବେ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମୁଖ୍ୟବକ୍ତା ମହନ୍ତ ମହାରାଜ ରାମାନନ୍ଦ ଦାସ, ସମ୍ମାନିତ ଅତିଥି ୧୫ନମ୍ୱର ୱାର୍ଡ କାଉନସିଲର, ଡ.କଲ୍ୟାଣୀ ମିଶ୍ର, ହରିମୋହନ ପଟ୍ଟନାୟକ,ବିଚିତ୍ରାନନ୍ଦ ବେବର୍ତ୍ତା, ମଙ୍ଗଳା ପଟ୍ଟନାୟକ,ପ୍ରଭୃତି ଯୋଗଦାନ କରିଥିଲେ। ଆଜି ବିକାଶ ବିଦ୍ୟା ନିକେତାନ ଆବାସିକ ଉଚ୍ଚ ବିଦ୍ୟାଳୟ, +୩ସ୍ନାତକମହିଳାମହାବିଦ୍ୟାଳୟ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ମାନେ ସେମାନେ ଓଡ଼ିଶୀ/ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ।ସମସ୍ତ ଛାତ୍ର/ଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।

You may have missed