April 27, 2026

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 92 ତମ ଶ୍ରାଦ୍ଧଉତ୍ସବ ପାଳିତ..

IMG-20260204-WA0029
Share

ତିର୍ତ୍ତୋଲ ତା 4/2/2026 ଓଡ଼ିଆ ସ୍ୱାଭିମାନର ମନ୍ତ୍ର ଦାତା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ବିଭିନ୍ନ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ଭାବରେ ମଧ୍ୟ ଯଶସ୍ବୀ ହୋଇପାରିଥିଲେ l ଓଡ଼ିଆ ଏବଂ ଓଡିଶା ର ବିକାଶ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି, ଗତ ବୁଧବାର ଦିନ, ତିର୍ତ୍ତୋଲ ବ୍ଲକ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ, ମଧୁବାବୁ ଙ୍କ 92 ତମ ଶ୍ରାଦ୍ଧଉତ୍ସବ ପାଳନ ଅବସରରେ ମତ ପ୍ରକାଶ ପାଇଛି l ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ, ଅନୁଷ୍ଠାନର ଅଧ୍ୟକ୍ଷl ଜ୍ୟୋତିର୍ମୟୀ ମହାରଣା, ନିର୍ଦ୍ଦେଶକ ବିକ୍ରମ ଜେନା, ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ ବେହେରା ପ୍ରମୁଖ ମଧୁବାବୁ ଙ୍କ କ୍ରାନ୍ତି କାରୀ ସଂଗ୍ରାମ ଓ ଆଦର୍ଶ ଜୀବନ ଚର୍ଯା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମଧୁବାବୁ ଙ୍କ ଜୀବନୀ ଉପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର