August 19, 2026

ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ଇଟାଭାଟି,ପ୍ରଶାସନ ବାନ୍ଧିଛି ଆଖିରେ ପଟି 

IMG-20230204-WA0009
Share

ବୁଗୁଡ଼ା : ତା ୦୪/୦୨/୨୩ : ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢି ଉଠିଥିବା ବେଳେ ପ୍ରଶାସନ ଏଠି ଆଖିରେ ପଟି ବାନ୍ଧି ବସିଲା ଭଳି ପ୍ରତୀୟମାନ ହେଉଛି l ପରିବେଶ ପ୍ରଦୂଷଣକାରୀ ପୋଡ଼ା ଇଟାଭାଟିକୁ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରିବା ସହ ଏହା ଉପରେ ରୋକ ଲଗାଇବା ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଜାରି କରିଛି l ତେବେ ବୁଗୁଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିର୍ଦ୍ଦେଶନାମାକୁ ଖାତିର ନକରି ଚାଲିଛି ମାଳ ମାଳ ଇଟା ଭାଟି l ବେଆଇନ ଇଟାଭାଟି ଗୁଡ଼ିକ ଉପରେ ପ୍ରଶାସନ ଚଢ଼ାଉ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ସେମାନଙ୍କୁ ପ୍ରୋତ୍ସାହିତ କଲା ଭଳି ମନେ ହେଉଛି l ଆବାସ ଯୋଜନାରେ ଘର ପାଇଥିବା ଲୋକେ ଘର ତିଆରି ପାଇଁ ଇଟା ପକାଉଥିବା ଆଳ ଦେଖାଇ ଇଟା ବେପାରୀଙ୍କୁ ଖୋଲା ଛାଡି ଦେଇଛି ପ୍ରଶାସନ l ଫଳରେ ବୁଗୁଡ଼ା ତହସିଲ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ପୋଡ଼ା ଇଟାଭାଟି ସଂଖ୍ୟା ବଢ଼ିବାରେ ଲାଗିଛି l କେହି ଅଭିଯୋଗ କଲେ କେବଳ ଲୋକ ଦେଖାଣିଆ ଫାଇନ କାଟି ଦେଇ ପଲା ଝାଡ଼ି ଦେଉଛି ପ୍ରଶାସନ l ଫଳରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଅସାଧୁ ବେପାରୀମାନେ ପୋଡ଼ା ଇଟା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେବା ସହ ପରିବେଶ ପ୍ରଦ୍ୟୁଷିତ ହେଉଛି l ଇଟାଭାଟିରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୋକେ ନାନା ପ୍ରକାର ଶ୍ୱାସରୋଗର ଶିକାର ହେଉଛନ୍ତି। ଏଣୁ ତୁରନ୍ତ ଏଭଳି ବେଆଇନ ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଏଭଳି ଭାଟି ବନ୍ଦ କରିବା ପାଇଁ ଜିଲ୍ଲା ପ୍ରାଶାସନ ସ୍ତରରେ ଉଦ୍ୟମ ଆରମ୍ କରାଯିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

You may have missed