May 11, 2026

ଜନ ସୂଚନା ଅଧିକାର ଆଇନ ୨୦୦୫ କୁ ଅଣ ଦେଖା

IMG-20250104-WA0020
Share

 

କୋଲନରା : ( ସଞ୍ଜୀବ କଣ୍ଡାଗରୀ ) ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର ।ଲୋକ ମାନଙ୍କ ଭୋଟ୍ ରେ ସରକାର ଗଠନ ହୋଇଥାଏ ।ଲୋକଙ୍କ ଟିକସ ଆଦାୟ ଟଙ୍କାରେ ସରକାର ଚାଲିଥାଏ ।ସରକାର ସ୍ତରର ବହୁତ ତଥ୍ୟ ମିଳି ପାରୁନ ଥିବା ବେଳେ ଲୋକମାନେ ସରକାର ଙ୍କ ବିଭିନ୍ନ ପ୍ରକାରର ଯୋଜନା ସମ୍ବନ୍ଧରେ କିଛି ଜାଣି ପାରୁନ ନାହାନ୍ତି ।ଏହି ଭଳି ସମସ୍ୟା କୁ ଦୃଷ୍ଟି ରେ ରଖି ଚଳିତ ୟୁପିଏ ସରକାର ୨୦୦୫ ରେ ସୂଚନା ଅଧିକାର ଆଇନ ଆଣିଥିଲେ । କିନ୍ତୁ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେ ସୂଚନା ଅଧିକାରୀ ଆଇନ ତା ବାଟରେ ଥିବା ଦେଖିବାକୁ ମିଳିଛି ।ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସମିତିରେ ଅତି ଗରିବ ରୁ ଗରିବ ଲୋକ ମାନେ ମଧ୍ୟ ମାଗଣାରେ ସୂଚନା ମାଗି ପାରିବେ ବୋଲି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ କୋଲନରା ବ୍ଲକ ରେ ସୂଚନା ଅଧିକାରୀ ଆଇନ ୨୦୦୫ କୁ ଅଣଦେଖା କରି ଥିବା ଦେଖିବାକୁ ମିଳିଛି । ସୂଚନା ଅଧିକାର ଆଇନ ର ସ୍ୱତନ୍ତ୍ର ଡେସ୍କ ଥିବା ପରିଲିଖିତ ନାହିଁ । ଯଦି ଅଧିକାରୀ ଅଛନ୍ତି ସୂଚନା ପ୍ରଦାନ କରିବା ପାଇଁ ନା ଫୋଳକ ଅଛି ନା କୌଣସି ଡେସ୍କ ରେ ଜନ ସୂଚନା ଅଧିକାର ବୋଲି ଫୋଳକ ଲାଗିଛି । ଯଦି ଯେଉଁ ଫୋଳରେ ଲୋକମାନେ ସୂଚନା ମାଗିବାକୁ ଯାଉଛନ୍ତିଲୋକମାନେ ସୂଚନା ଅଧିକାର ତେବେ ଆଇନ ରେ ସୂଚନା ପାଇବାରେ କୌଣସି ଅଧିକାରୀ ଅଛନ୍ତି କି ନାହିଁ ଫେରି ଯାଇ ସୂଚନା ପାଇବାରେ ବଞ୍ଚିତ ହୋଉଥିବା ସାଧାରଣ ଅଭିଯୋଗ ହୋଇଛି ।