May 11, 2026

ବେଲଗୁଣ୍ଠା ବ୍ଳକ ତା୪.୦୧ ୨୦୨୫ରିଖ ଶନିବାର ଦିନ ଦିବା ୧୧ଘ ୪୫ମିନଟ ସମୟ ରେ ନେଟଙ୍ଗା ପଞ୍ଚାୟତ ସ୍ଥିତ

IMG-20250104-WA0018
Share

 

 

ଚ଼କରା ବିଷୋୟୀ କ୍ଳବର ବରିଷ୍ଠ ସଭ୍ୟ ତଥା କ୍ଳବର ବରିଷ୍ଠ ସଭ୍ୟ ୰ ବସନ୍ତ କୁମାର ପଣ୍ଡାଙ୍କ ମାତ୍ରାର ୫୨ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କର ଦ୍ଵାଦଶ ଦିବସ ଅବସରରେ ନେଟଙ୍ଗା ଚକରା ବିଷୋୟୀ କ୍ଳବତରଫରୁ କ୍ଲବର ସଭାପତି ଶ୍ରୀ ରଂଜିତ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ଏକ ” ସ୍କୃତିଚାରଣ ସଭା” ଅନୁଷ୍ଠିତ ହୋଇ ଜାଇଛି । ଏଥିରେ କ୍ଲବର ସ°ପାଦକ ଶ୍ରୀ ରାଜେନ୍ଦ୍ର କୁମାର ଲେଙ୍କା, ପୂର୍ବତନ ସରପଞ୍ଚ ତଥା କ୍ଲବ ର ବରିଷ୍ଠ ସଭ୍ୟ ଶ୍ରୀ ପ୍ରହଲାଦର ଲେଙ୍କା , କ୍ଳବର ଉପସଭାପତି ଶ୍ରୀ ଅଭିମନ୍ୟୁ ନାୟକ, କାର୍ତ୍ତିକ ନାୟକ, ସଂଗ୍ରାମ ଲେଙ୍କା,ସୁଧିର ନାୟକ,ମହେଶ୍ୱର ସ୍ୱାଇଁ, ଶୁଭମ୍ ଯେନା, କ୍ରିଷ୍ଣା ଲେଙ୍କା, ମାଧବ ନାୟକ,ସନ୍ତୋଷ ନାୟକ, ନିହାର ରଞ୍ଜନ ବିଶ୍ୱାଳ, ଆୟୁଷ୍ମାନ ଲେଙ୍କା ପ୍ରଭୂତି ସଭ୍ୟ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦ୍ଗତି.ପାଇଁ. ଭଗବାନ ଙ୍କ ନିକଟ ରେ ନିରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା ବୃକ୍ଷ ରୋପଣ,ସ୍ଵାକ୍ଷରତାଅଭିଜାନ, ସ୍ୱାସ୍ଥ୍ୟ ଓ ପରିବେଶ ର ସୁରକ୍ଷା ଦିଗରେ ତାଙ୍କର ଅବଦାନ ଅତିବ ମହାନ୍ ଥିଲା|

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ