April 29, 2026

ସୋନମ୍ ୱାଙ୍ଗଚୁକ୍ ଙ୍କୁ ଗିରଫ ବିରୁଦ୍ଧରେ ପ୍ରତିବାଦ ସ୍ବର ଉତ୍ତୋଳନ କଲେ ବୁଦ୍ଧିଜୀବୀ 

IMG-20251003-WA0035
Share

 

 

 

ବ୍ରହ୍ମପୁର,ତା.୩.୧୦.୨୦୨୫ ବିଶିଷ୍ଟ ଶିକ୍ଷାବିତ୍, ପ୍ରକୃତିବାଦୀ, ଉଦ୍ଭାବନକାରୀ ଏବଂ ପରିବେଶ ରକ୍ଷକ ସୋନମ୍ ୱାଙ୍ଗଚୁକ୍ ଙ୍କୁ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାରର ନିର୍ଦ୍ଦେଶ କ୍ରମେ ଗିରଫକୁ ବିରୋଧ କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ l ଆଜି ସହରର ବିଭିନ୍ନ ସଙ୍ଗଠନ ମାନଙ୍କ ନେତୃବୃନ୍ଦ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକ ଠାରେ ମିଳିତ ଭାବେ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯୋଗ୍ୟ ଯେ, ୩୭୦ଧାରା ଉଚ୍ଛେଦ ପରେ ଲଦାଖ କୁ ସ୍ଵତନ୍ତ୍ର ରାଜ୍ୟ ଓ ୬ଷ୍ଠ ଅନୁଛେଦ ଯୋଡି ସ୍ୱୟଂଶାସିତ ଘୋଷଣl କୁ କାର୍ଯ୍ୟକାରୀ କରିବେ ବୋଲି କେନ୍ଦ୍ର ବିଜେପି ସରକାର ଦେଇଥିବା ପ୍ରତିଶୃତିକୁ ବର୍ତ୍ତମାନ ରକ୍ଷା କରିବା ନାଁ ଧରୁନାହାନ୍ତି, ଏଣୁ ଏହି ପ୍ରତିଶୃତିକୁ କାର୍ଯ୍ୟକାରି ଦାବିନେଇ ସୋନମ୍ ୱାଙ୍ଗଚୁକ୍ ଙ୍କ ନେତୃତ୍ୱରେ ହାଜର ହଜାର ସଂଖ୍ୟାରେ ଲଦାଖବାସୀ ବହୁବାର ପର୍ଯ୍ୟାୟ କ୍ରମେ ଦୀର୍ଘ ବର୍ଷରୁ ଅନଶନରେ ବସିଥିଲେ l ଏହି ଶାନ୍ତିପୂର୍ଣ୍ଣ ଅନଶନକୁ ଭଣ୍ଡୁର କରିବାପାଇଁ ପୋଲିସର ଅନ୍ୟାୟପୂର୍ଣ୍ଣ ଗିରଫଦାରୀ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଆଜି ସମଗ୍ର ବିଶ୍ବ ନିନ୍ଦା କରୁଛି l ଆଜି ଗୋଟିଏ ପକ୍ଷରେ ଚୀନ୍ ର ସେନା ଲଦାଖ୍ ଦେଇ ଭାରତକୁ ହଜାର ହଜାର ଏକର ଅଞ୍ଚଳକୁ ଅନୁପ୍ରବେଶ କରି ଦଖଲ କରି ଚାଲିଥିବାବେଳେ ଭାରତ ସରକାର ଚୀନ୍ ସେନାକୁ ରୋକିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛି ଓ ଅନ୍ୟ ପକ୍ଷରେ ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ରର ମୋଦୀ ସରକାର ଲଦାଖ୍ ର ଲକ୍ଷ ଲକ୍ଷ ଏକର ଜମିକୁ ଶାଗ ମାଛ ଦରରେ ବିଭିନ୍ନ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି l ଲଦାଖ୍ ବାସୀଙ୍କ ଏଭଳି ସଙ୍କଟମୟ ପରିସ୍ଥିତିରେ ସୋନମ୍ ୱାଙ୍ଗଚୁକ୍ ଙ୍କ ଭଳି ଅନ୍ତର୍ଜାତୀୟ ପୁରସ୍କାର ବିଜେତା , ପ୍ରକୃତିପ୍ରେମୀ, ଶିକ୍ଷାବିତ୍,ବୈଜ୍ଞାନିକ ଦୀର୍ଘଦିନ ରୁ ଶାନ୍ତିପୂର୍ଣ୍ଣ ଭାବେ ଗଣ ଅନଶନ ଜାରୀ ରଖିଛନ୍ତି l ଯାହାଦ୍ବାରା କେନ୍ଦ୍ରର ବିଜେପି ସରକାର ଓ ଆଦାନୀ ଅମ୍ବାନୀ ଭଳି ପୁଞ୍ଜିପତିଙ୍କ ଜମି ଓ ଖଣି ହଡ଼ପ ଭଳି ଅସଲ ଉଦ୍ଧେଶ୍ୟ ଚରିତାର୍ଥ ହୋଇପାରୁନାହିଁ l ଏଣୁ ଷଡ଼ଯନ୍ତ୍ରମୂଳକ ଭାବେ ୱାଙ୍ଗଚୁକ୍ ଙ୍କୁ ବଦନାମ କରିବା, ଅନ୍ୟାୟ ଭାବେ ତାଙ୍କୁ ଗିରିଫ କରିବା ପାଇଁ ଆଜି ଶାସକ ଦଳ ପଚ୍ଛାଇ ନାହିଁ l ପ୍ରକାଶ ଯୋଗ୍ୟ ଯେ, ସମଗ୍ର ଭାରତ ବର୍ଷରେ ଆଜି କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତିର ଯଦି କେହି ଆଲୋଚନା କରନ୍ତି ତାହେଲେ ତାଙ୍କୁ ନିନ୍ଦା କରିବା, ଧମକ ଦେବା, ମିଥ୍ୟା କେସ ରେ ଗିରଫ କରିବା, ହତ୍ୟା କରିବା ଭଳି ପରିସ୍ଥିତି ଦେଖାଯାଉଛି l ଏଣୁ ଆଜି ଗଣତନ୍ତ୍ର ବିପଦରେ, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ଜନ ସାଧାରଣ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ରହିଛି ବୋଲି ଆଜିର ପ୍ରତିବାଦରେ ମତ ପ୍ରକାଶ ପାଇଛି l ଆଜିର ଗଣ ପ୍ରତିବାଦରେ ଶିକ୍ଷକ ସଂଗଠନର ନେତା ଅଶୋକ ଦଳାଇଙ୍କ ସଂଯୋଜନାରେ ବିଶିଷ୍ଟ ପରିବେଶବିତ୍ ସୁଧୀର ରାଉତ୍, ସ୍ତମ୍ବକାର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଚାଷୀ ମୂଲିଆ ସଂଘ ର ଅବନୀ ଗୟା,ମାନବ ଅଧିକାର ସୁରକ୍ଷା ମଞ୍ଚର ଗଗନ ମଲ୍ଲିକ, ମାନବବାଦୀ ହେତୁବାଦୀ ସଂଗଠନର କେ. ନନ୍ଦେଶୁ ସେନାପତି, ଟିୟୁସିଆଇ ର ଶଙ୍କର ଇନ୍ କିଲାବ୍, ସାମ୍ବାଦିକ ରବି ରଥ, ଡ.ବିଦ୍ୟୁପ୍ରଭା ରଥ,ଇଫ୍ଟୁ ର ପ୍ରତାପ ପ୍ରଧାନ, କିଶୋର ମିଶ୍ର, ଏଆଇଡିଏସଓ ର ପପୁନ୍ ସାହୁ, ବିଜୟ କୁମାର ପାଢ଼ୀ,ଆଦିତ୍ୟ ନାରାୟଣ ରଥ, ଜୟକୃଷ୍ଣ ନାୟକ, ସୁବାସ ଚନ୍ଦ୍ର ରାଉତ, ହୃଷିକେଶ ପାତ୍ର, ଗୁଣନିଧି ବେହେରା,ଡି. ମୋହନ ରାଓ, ବିଜୟ କୁମାର ବେହେରା, ସୁରେନ୍ଦ୍ର ନାଥ ପଣ୍ଡା, ବିଜୟ ସ୍ବାଇଁ,Y. କ୍ରିଷ୍ଣା ରାଓ, କେ.ବାସବ ରାଜୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

You may have missed