ବୁଗୁଡ଼ା ଯାଦବ ସାହିରେ ଓଷାକୋଠି ପର୍ବ ପାଳନ
ବୁଗୁଡ଼ା : ତା ୦୩/୧୦/୨୫ : ସ୍ନାନୀୟ ଯାଦବ ସାହି
ବାସିନ୍ଦାଙ୍କ ପକ୍ଷରୁ ସାହି କୋଠଘରେ ଓଷାକୋଠି ପର୍ବ
ପାଳନ ପବିତ୍ର ବିଜୟାଦଶମୀ ଠାରୁ ଆରମ୍ଭ ହୋଇ
ଯାଇଛି । ଏହି ପର୍ବ ପାଳନ ଅବସରରେ ପ୍ରଥମେ ସାହି
କୋଠଘର କାନ୍ଥରେ କୋଠିଶାଳ ଚିତ୍ର ଅଙ୍କନ
କରାଯାଇଥିଲା । ଏହା ପରେ ନିକଟସ୍ଥ ପୋଖରୀରୁ
କଳସ ଯାତ୍ରାରେ ଜଳ ଆଣି ସଙ୍କଳ୍ପ ସହ
ମାନସିକଧାରୀମାନେ ପୂଜାର୍ଚ୍ଚନା କରିଥିଲେ। ପ୍ରତିଦିନ
ଘଟ କଳସ ପୂଜା କରାଯିବା ଏବଂ ଝୁଣାରେ ମା’ଙ୍କୁ ପୂଜା
କରାଯିବା ସହ ଘଟ କଳସ ଧରି ମା’ଙ୍କ ନିମନ୍ତେ ଗ୍ରାମ
ପରିକ୍ରମା ବିଧି ପାଳନ କରାଯାଉଅଛି ।
ଜାନି ଆଦିଗା ପାତ୍ର ଓ ବାଉରି ପାତ୍ରଙ୍କ ଦ୍ବାରା ମା’
ମଙ୍ଗଳାଙ୍କ ପୂଜାର୍ଚ୍ଚନା ଯଥା ରୀତିନୀତି ପ୍ରକାରେ
ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ଶ୍ରଦ୍ଧାଳୁଙ୍କ
ସମାବେଶ ହେଉଛି । ମା’ଙ୍କ ନିକଟରେ ପୂର୍ବାହ୍ନରେ ଅନ୍ନ
ଭୋଗ ଓ ସନ୍ଧ୍ୟାରେ ବାଳ ଭୋଗ କରାଯାଇ ଶ୍ରଦ୍ଧାଳୁ
ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଏହି ପର୍ବ ପାଳନ
ଅବସରରେ ଦୈନିକ ରାତିରେ କୋଠଘର ନିକଟରେ
ଗାହାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହି
ପର୍ବ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି
ଅଧିକାରୀ କେ.ନବ ପାତ୍ରଙ୍କ ଠାରୁ ପ୍ରକାଶ ପାଇଛି ।
