April 28, 2026

ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ 

IMG-20241003-WA0052
Share

ବୁଗୁଡା : ତା ୦୩/୧୦/୨୪ : ଆଗାମୀ ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଗୁଡ଼ା ନିକଟସ୍ଥ କଦମ୍ବ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବସନ୍ତ ଦଳେଇ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ , ଯୁବ ନେତା ସୂର୍ଯ୍ୟ ନାରାୟଣ ମହାନ୍ତି ଓ କୃଷ୍ଣଚନ୍ଦ୍ର ରାଙ୍କ ସମେତ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ, ବୁଗୁଡ଼ା ଏନ୍ଏସିର କାଉନସିଲରମାନେ ଯୋଗ ଦେଇ ସାଂଗଠନିକ ଆଲୋଚନା କରିଥିଲେ । ଏ ଅବସରରେ ପ୍ରାକ୍ତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଗାମୀ ଜନ ସମ୍ପର୍କ ପଦଯାତ୍ରା ଆସନ୍ତା ୫ ତାରିଖ ଦିନ ବିରଞ୍ଚିପୁର ପଞ୍ଚାୟତରୁ ଶୁଭାରମ୍ଭର ସୂଚନା ଦେବା ସହ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବା ନେଇ ପ୍ରକାଶ କରିଥିଲେ।