April 28, 2026

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ କମ୍ବଳ ବଣ୍ଟନ, ସମ୍ବର୍ଦ୍ଧନା ଓ ଆଇକାର୍ଡ ପ୍ରଦାନ କାର୍ଯ୍ୟକ୍ରମ..

IMG-20241003-WA0045
Share

  ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ କମ୍ବଳ ବଣ୍ଟନ ଓ ସମ୍ବର୍ଦ୍ଧନା, ପ୍ରଶଂସା ପତ୍ର ଓ ମେମ୍ବର ମାନଙ୍କୁ ଆଇକାର୍ଡ ବଣ୍ଟନ ସଭା ଖଇରା କଲେଜ ନିକଟ ବଣପାରିଆ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟିକା ଭାବେ ଭାରପ୍ରାପ୍ତ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି ଯୋଗଦେଇ ଜଗନ୍ନାଥ ଫଟୋଚିତ୍ରରେ ପୁଷ୍ପମାଲ୍ଯ, ଧୂପ ଓ ପ୍ରଦୀପ ପ୍ରଜ୍ଜଳନ କରି ସଭାଟିକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜଗତେଶ୍ବର ଭଞ୍ଜ ଭାରତୀ ସଂସ୍କୃତ ମହାବିଦ୍ୟାଳୟ,ମୟୂରଭଞ୍ଜର ଅଧ୍ଯାପିକା ସମାପ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ, ସମାଜସେବୀ ଭାନୁମତୀ ଦାସ, କବି ସୁଦାମ ଚରଣ ରାଉତ, ସାମ୍ବାଦିକ ପଦ୍ମଲୋଚନ ଦାସ ଓ ଆଇନଜୀବୀ ବସନ୍ତ କୁମାର ବାରିକଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପୀଠ ସଂଚାଳକ ଜିତେନ୍ଦ୍ର ଦାସ ମଞ୍ଚ ଆହ୍ୱାନ ଓ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ପ୍ରଥମେ କବିତା ପାଠ ଆରମ୍ଭ ହୋଇଥିଲା । କବିତା ସଂଯୋଜନା କରିଥିଲେ ଅନୁଷ୍ଠାନର ସହ-ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ । ପରେ ପରେ ଗରିବ, ଅସହାୟ, ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ଚିତ୍ରାଙ୍କନ ପ୍ରତିଯୋଗୀ, ଚଳିତ ବର୍ଷ ହାଇସ୍କୁଲ ଟପ୍ପରଙ୍କୁ ପ୍ରଶଂସା ମାନପତ୍ର, କବି ମାନଙ୍କୁ ପ୍ରଶଂସା ପତ୍ର ଏବଂ ଅନୁଷ୍ଠାନର ମେମ୍ବର ମାନଙ୍କୁ ଆଇକାର୍ଡ ପ୍ରଦାନର ଶୁଭ ଉଦଘାଟନ କରିଥିଲେ ଉଦଘାଟିକା ଶ୍ରୀମତୀ ମହାନ୍ତି । ଅତିଥି ମାନଙ୍କୁ ଫୁଲଚନ୍ଦନ ଓ ତିଳକ ପ୍ରଦାନ କରିଥିଲେ ଶକୁନ୍ତଳା ମହାନ୍ତି ଓ ସ୍ବାଗତିକା ରାଉତ । ବିଭିନ୍ନ କବି ମାନଙ୍କ କବିତା ପାଠ ସଭାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସକ୍ରିୟ ସଦସ୍ୟା ଭଉଣୀ କୁଞ୍ଜଲତା ମାହୁନ୍ତ ।।(ଦେବାଶିଷ ଦାଶ୍ )