April 28, 2026

ପଦ୍ମପୁର ନବଦୁର୍ଗା ମନ୍ଦିର ଠାରେ ଜଗତ ଜନନୀ ମାଁ ଦୁର୍ଗା ଙ୍କ କଳସ ଯାତ୍ରା ଓ ନବଦୁର୍ଗା ପୂଜା ଆରମ୍ଭ 

IMG-20241003-WA0039
Share

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ବଡ଼ବନ୍ଧ ସ୍ଥିତ ନବ ଦୁର୍ଗା ମନ୍ଦିର ଠାରେ ଆଜି ତା. ୦୩.୧୦.୨୦୨୪ ଗୁରୁବାର ଦିନ ଜଗତ ଜନନୀ ମାଁ ଦୁର୍ଗା ଙ୍କ କଳସ ଯାତ୍ରା ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ଦୁର୍ଗା ସ୍ତୁତି,ଶଙ୍ଖ, ଘଣ୍ଟ ବାଦ୍ୟ ଓ ସଂକୀର୍ତନ୍ୟ ର ତାଳେ ତାଳେ କଳସି ଯାତ୍ରା କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ଙ୍କ ସମେତ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ସନ୍ତୋଷ ମିଶ୍ର ଓ ପଦ୍ମପୁର ର ଅଗଣିତ ଶ୍ରଦ୍ଧାଳୁ ଙ୍କୁ ନେଇ ବାହାରିଥିଲା । ସଭପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧକ୍ଷ ଅନିଲ କୁମାର ବେହେରା,ଶୁଶାନ୍ତ ପଧାନ,ଗଜାନନ ଅଗ୍ରୱାଲ(ଗଜ୍ଜୁ),ଗଜାନନ ଶର୍ମା,ବିଷ୍ଣୁ ଥପା,ସୁରୁ ଭୋଇ,ବୁଧୁ ସାହୁ,ପ୍ରତାପ ମିଶ୍ର,ଅଜିତ ସତପଥୀ,ବେଣୁ ମାଧବ ଦୋରା,ନରସିଂହ ପଟନାୟକ,ଭରତ ପଣ୍ଡା,ମହିପାଲ ସାହୁ,ସୁଧାଂଶୁ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା କଳସ ଯାତ୍ରା ସୁଚାରୁ ରୂପେ ସମାପନ ପାଇଁ ସହଯୋଗ କରିଥିଲେ । ନଅ ଦିନ ପର୍ଯ୍ୟନ୍ତ ସକାକ ଆଳତୀ ଓ ସନ୍ଧ୍ୟା ଘ.୭.୩୦ ମି. ମଙ୍ଗଳ ଆଳତୀ ସହିତ ମାଁ ଙ୍କ ଅନ୍ନ ଭୋଗ ଲାଗି ହେବ,କମିଟି ତରଫରୁ ଅନ୍ନ ଭୋଗ ପାଇଁ ଟ.୬୦.୦୦ ରଖା ଯାଇଛି । କମିଟି ରୁ ରସିଦ କାଟି ଭୋଗ ଆଣି ପାରିବେ ।