April 29, 2026

ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣଜୟନ୍ତୀ ପାଇଁ କଳଶ ଶୋଭାଯାତ୍ରା 

IMG-20241003-WA0000
Share

 

ଉଲୁଣ୍ଡା ୨/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣଜୟନ୍ତୀ ସମାରୋହ ପାଇଁ ଆଜି ଅପରାହ୍ନ ସମୟରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ପୋଖରୀରୁ କଳଶ ବୁଡାଇ କଳଶ ଶୋଭାଯାତ୍ରା ରେ ବାହାରିଥିଲେ।ତାପରେ ଗାଁ ରେ ପରିକ୍ରମା କରି ଦୁର୍ଗା ମଣ୍ଡପରେ କଳଶ ସ୍ଥାପନା କରଯାଇଥିଲା।ପ୍ରାୟ ୧୫୦ଜଣ ମହିଳା କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିପାଇଁ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ମାହେଶ୍ୱରୀ ମନ୍ଦିର, ରଘୁନାଥ ମନ୍ଦିର,ମହାମାୟୀ ମନ୍ଦିର, ଗାଁ ପନ୍ଥେଇ ଆଦି ଦେବାଦେବୀ ଙ୍କୁ ଦେବ ନିମନ୍ତ୍ରଣ କରାଯାଇଥିଲା।ଏଥିରେ ପୂଜକ ଭାବରେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ।ନାମସଂକୀର୍ତ୍ତନ,ଘଣ୍ଟ,ହୁଳାହୁଳି,ଶଙ୍ଖ, ମାଙ୍ଗଳିକ ବାଦ୍ୟ ଢୋଲ, ମହୁରୀ,ନିଶାଣ ରେ ଗର୍ଜି ଉଠିଥିଲା ପରିବେଶ।ଆସନ୍ତାକାଲି ଠାରୁ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଓ ସହସ୍ରାହୁତି,ଚଣ୍ଡିପାଠ,ଘୃତଯଜ୍ଞ ଅନୁଷ୍ଠିତ ହେବ। ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ ଉପଦେଷ୍ଟା ରବିନାରାୟଣ ପାଣିଗ୍ରାହୀ, ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ,ସମ୍ପାଦକ ସତ୍ୟାନନ୍ଦ ମେଣ୍ଡିଲି ସହ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ କଳଶ ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା।ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।