September 3, 2026

ପୂର୍ବ ଶତ୍ରୁତାରେ ଅନ୍ଧ ହେଲା ଯୁବକ,ଭୁଜାଲିରେ ଆକ୍ରମଣ କରି   ଗିରଫ !!

IMG-20260903-WA0062
Share

 

ତିର୍ତ୍ତୋଲ::-୦୩/୦୯ /୨୬,ପ୍ରତିହିଂସା ପାରାୟଣ ହୋଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣାନନ୍ଦପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି ! ଗିରଫ ଅଭିଯୁକ୍ତ ହେଲେ ମିର୍ଜାପୁର ଗ୍ରାମର ୨୩ ବର୍ଷୀୟ ପର୍ଶୁରାମ ରାଉତ !ସୂଚନା ଅନୁଯାୟୀ, ମିର୍ଜାପୁର ଗ୍ରାମର ସୁରେଶ କୁମାର ରାଉତ ଏଭଳି ବିଷୟକୁ ନେଇ କୃଷ୍ଣାନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଅଭିଯୋଗ ଆଧାରରେ କୃଷ୍ଣାନନ୍ଦପୁର ଥାନାରେ କେସ୍ ନଂ-୧୦୩/୨୬ ରେ ବିଏନଏସ୍‌ର ଧାରା ୧୨୬(୨)/୨୯୬/୧୧୫(୨)/୧୦୯(୧)/୩୫୧(୩)/୩(୫)ରେ ମାମଲା ରୁଜୁ ହୋଇଥିଲା !ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପର୍ଶୁରାମ ଭୁଜାଲିରେ ସୁରେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି !ଏଥିରେ ସୁରେଶଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି !ମାମଲାର ତଦନ୍ତ ସମୟରେ ପୁଲିସ ଘଟଣାରେ ବ୍ୟବହୃତ ଭୁଜାଲିକୁ ଜବତ କରିଛି !ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପର୍ଶୁରାମ ରାଉତଙ୍କୁ ଗିରଫ କରିବା ସହିତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ତାଙ୍କୁ ତିର୍ତ୍ତୋଲ ଜେଏମ୍‌ଏଫ୍‌ସି ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି !ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର