ଅସ୍ତରଙ୍ଗ ମୋବାଇଲ ଚୋରି,:୪୦ ମୋବାଇଲ ଓ ଲ୧,୮୦ହଜାର ଟଙ୍କା ଜବତ,୩ଗିରଫ
ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଅସ୍ତରଙ୍ଗ ବଜାର ହାଇ ସ୍କୁଲ ଛକ ନିକଟରେ ଅବସ୍ତିତ ମହାନ୍ତି କମ୍ୟୁନିକେସ ମୋବାଇଲ ଦୋକାନ ରୁ କୋଟିଏ ଟଙ୍କାର ହରିଲୁଟ ର ପର୍ଦା ଫାସ କରିଛି ପୁରୀ ପୋଲିସ l
ଘଟଣା ରୁ ପ୍ରକାଶ ଯେ, ଗତ ୧୭/୮/୨୦୨୦୬ରିଖ ରାତିରେ ଦୋକାନ ର ସଟର ଭାଙ୍ଗି ପ୍ରାୟ କୋଟିଏ ଟଙ୍କର ମୋବାଇଲ ଓ ୧ ଲକ୍ଷ୍ୟ୫୦ହଜାର ଟଙ୍କା ନଗଦ ଚୋରି ହୋଇ ଥିଲା l ଏ ନେଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ଥାନା କେଶ ନମ୍ବର ୨୧୭/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା l ଯାହା ଫଳରେ କୀ ପୁରୀ ଏସ ପି ଙ୍କ ନିର୍ଦେଶ କ୍ରମେ ଗଠିତ ସ୍ପେଶାଲ ଟିମ ସିସିଟିଭି ଓ ଟେକେନିକାଲ ସର୍ଭେଲାନ୍ସ ଆଧାର ରେ ତଦନ୍ତ କରି, ଉତ୍ତର ପ୍ରଦେଶ ସମଲି ଜିଲ୍ଲାରୁ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିବାର ସକ୍ଷମ ହୋଇଛି l ଗିରଫ ମାନେ ହେଲେ, ଜିସାନ୫୪,ଶୋକିନ୍ ୩୫,, ଅବଦୁଲ କାଦିର,୨୩, l ମୁଖ ଅଭିଯୁକ୍ତ ପାରବେଜ ଫେରାର ଅଛି l ତଦନ୍ତ ରୁ ଜଣା ଯାଏ ଯେ, ଅଭିଯୁକ୍ତ କିସାନ କାକଟପୁର ଭଣ୍ଡାଘର ଗ୍ରାମର ରେଶମା ଶେଖ ଙ୍କୁ ବିବାହ କରିଥିଲା l ତାର ପୁଅ ପରବେଜ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଫେରିବାଲା କାମ କରେ l ଅସ୍ତରଙ୍ଗ ବଜାର ମଧ୍ୟରେ ଥିବା ଏହି ମୋବାଇଲ ଦୋକାନ ଟିକୁ ନଜର କରି ଅଭିଯୁକ୍ତ ମାନେ ଚୋରି ଯୋଜନା କରି ଥିଲେ ବୋଲି ଜଣା ପଡିଛି l ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ବେଳେ, ୪୦ଟି ମୋବାଇଲ ଫୋନ,୧ଲକ୍ଷ୍ୟ ୮୦ହ,ଟଙ୍କା, ସଟର ଭାଙ୍ଗିବା ଶାବଳ ଜବତ କରିଥିବା ବେଳେ, ଆଉ ବାକି ରହିଥିବା ସାମଗ୍ରୀ ଜବତ ସହ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ବୋଲି ପୁରୀ ଏସ ପି ପ୍ରତୀକ ସିଂ ସାମ୍ବାଦିକ ମାନଙ୍କୁ ଏକ ପ୍ରେସ୍ ବିଜ୍ଞପ୍ତି ରେ ଅସ୍ତରଙ୍ଗ ଥାନା ରେ ଗୁରୁବାର ଦିନ ଜଣାଇ ଛନ୍ତି l ଏହି ସାମ୍ବାଦିକ ସମିଳନୀ ରେ ନିମାପଡା ର ଏସ ଡି ପି ଓ, ଜନାର୍ଦ୍ଧନ ପାଢ଼ୀ, ଅସ୍ତରଙ୍ଗ ଆଇ ଆଇ ସି ବିଦିତା ନାୟକ, ଚାରିଛକ ଥାନା ଆଇ ଆଇ ସି ଏସ, ପ୍ରିୟଦର୍ଶି ମହାନ୍ତି, କାକଟପୁର ଥାନା ର ଏସ ଆଇ ଅମିତ ପାଢ଼ୀ, ଙ୍କ ସମେତ ବହୁ ପୋଲିସ ଅଧିକାରୀ ସାମିଲ ଥିଲେ l
