ସରକାରୀ ଜବତ ବାଲିକୁ ଉଠେଇ ନେବାକୁ ମାଫିଆଙ୍କ ଉଦ୍ୟମ ବିଫଳ !!
ତିର୍ତ୍ତୋଲ ତା:-ତା -୩/୯/୨୬,ବାଲି ମାଫିଆଙ୍କ ଚୋରା ଚାଲାଣ ବାଲିକୁ, ସରକାରୀ ଭାବେ ଜବତ ହୋଇ ସୁରକ୍ଷିତ ରଖା ଯାଇ ଥିବା ସ୍ଥାନରୁ,ବେଆଇନ ଭାବେ ଉଠାଇ ହାଇୱାରେ ଲୋଡ୍ କରି ନେବାକୁ ଉଦ୍ୟମ କରୁଥିବା ବେଳେ, ତିର୍ତ୍ତୋଲ ପୁଲିସର ଚଢ଼ାଉ !ଘଟଣା ସ୍ଥଳରୁ ହାଇୱା ଚାଳକ ସମେତ ଅନ୍ୟମାନେ ଛୁ ମନ୍ତର ହେଇଥିବା ବେଳେ, ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ !ଏଥିସହ ଜବତ ହେଇଛି ବାଲି ବୋଝେଇ ହାଇୱା ଓ ଦୁଇଟି ମୋବାଇଲ ଫୋନ !ପୁଲିସ ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ସରକାରଙ୍କ ଦ୍ୱାରା ଜବତ ହୋଇଥିବା ଚୋରା ଚାଲାଣ ବାଲିକୁ ଏକ ସୁରକ୍ଷିତ ଷ୍ଟାକ୍ରେ ରଖା ଯାଇଥିଲା ବେଳେ, କେତେକ ମାଫିଆ ଗୋଷ୍ଟୀ ଉକ୍ତ ବାଲିକୁ ବେଆଇନ ଭାବେ ଉଠାଇ ହାଇୱାରେ ଭର୍ତ୍ତି କରୁଥିଲେ !ଖବର ପାଇ ତିର୍ତ୍ତୋଲ ଥାନା ଏସ୍ଆଇ ଜୟଦୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମାଫିଆଙ୍କ ବୁଦ୍ଧି ଶୁନ୍ୟ କରି ଦେଇଥିଲେ !ପୁଲିସକୁ ଦେଖି ହାଇୱା ଚାଳକ ଓ ଅନ୍ୟ ସହଯୋଗୀ ମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇ ଥିଲେ ମଧ୍ୟ ଜଣଙ୍କୁ କାବୁ କରିଥିଲା ପୋଲିସ ! ପରିଚୟରୁ ଜଣାଯାଇଛି ଯେ ଆସାମୀ ଜଣକ କୁଜଙ୍ଗ ଥାନା ଅନ୍ତର୍ଗତ ଚୌଧୁରୀକୁଦ ଗ୍ରାମର ସ୍ବର୍ଗତଃ ନରେଶ କୁମାର ଦାସ ଙ୍କ ପୁତ୍ର ମୁନା ଓରଫ ବିବେକ ଦାସ !ଘଟଣା ସ୍ଥଳରୁ OD-21Q-4257 ନମ୍ବର ବିଶିଷ୍ଟ ବାଲି ବୋଝେଇ ଏକ ହାଇୱା,ଓ ଦୁଇଟି ମୋବାଇଲ ଫୋନ ଅଭିଯୁକ୍ତ ଙ୍କ ନିକଟରୁ ଜବତ କରାଯାଇଛି !ଏନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ-୩୯୮/୨୬,ରେ ବିଏନ୍ଏସ୍ର ବିଭିନ୍ନ ଧାରା ସମେତ ଓଏମ୍ଏମ୍ସି ରୁଲ୍ର ଧାରା ୫୧(୧) ଏବଂ ସରକାରୀ ସମ୍ପତ୍ତି ନଷ୍ଟ ନିବାରଣ ଆଇନ, ୧୯୮୪ର ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି !ଅଭିଯୁକ୍ତ ମୁନା ଓରଫ ବିବେକ ଦାସଙ୍କୁ ପୁଲିସ ଗିରଫ କରି ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ତିର୍ତ୍ତୋଲସ୍ଥିତ ଜେଏମ୍ଏଫ୍ସିଙ୍କ ଅଦାଲତରେ ହାଜର କରିଛି ! ଘଟଣା ସ୍ଥଳରୁ ଫେରାର ଥିବା ଅନ୍ୟମାନଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖି ଥିବାର ପୋଲିସ ସୂତ୍ରରୁ ପ୍ରକାଶ !ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
