September 3, 2026

ପାରାଦ୍ଵୀପ ଗଡ଼ ବଜାର ନିକଟରେ ରାସ୍ତା ଡିଭାଇଡର ରେ ପିଟି ହୋଇ ଏକ ପାଣି ଖାଲ କୁ ଖସିଲା କାର

IMG-20260903-WA0008
Share

– ପାରାଦ୍ଵୀପ ଗଡ଼ ବଜାର ନିକଟରେ ରାସ୍ତା ଡିଭାଇଡର ରେ ପିଟି ହୋଇ ଏକ ପାଣି ଖାଲ କୁ ଖସିଲା କାର। କାର ରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୁତି ଭୁଷଣ ଦାସ ଓ ତାଙ୍କ ପତ୍ନୀ ପ୍ରତିମା ଦାସ। ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୁତି। ଗତକାଲି ସିଏ ଚାକିରି ରୁ ଅବସର ନେଇଥିବା ବେଳେ ରାତିରେ ଗଡ଼ ରେ ଥିବା ନିଜ ଭ‌ଉଣୀ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଉଭୟ ବିଭୁତି ଓ ତାଙ୍କ ପତ୍ନୀ ନିଜ କାରରେ ପାରାଦ୍ଵୀପ ଫେରୁଥିବା ବେଳେ ଘଟିଛି ଦୂର୍ଘଟଣା। ଗଡ଼ ମାର୍କେଟ କମ୍ପ୍ଲେକ୍ସ ରାସ୍ତା ଦେଇ ରାଜପଥ କୁ ଉଠିବା ବେଳେ ଡିଭାଇଡର ରେ ପିଟି ହୋଇ କାର ଟି ରାସ୍ତା କଡ଼ରେ ଥିବା ଖାଲରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ଜବତ କରିବା ସହିତ ପରିବାର ଲୋକଙ୍କୁ ଖବର ଦେବା ସହିତ ଲକ୍ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )