ନାଗରିକ କମିଟିର ନୂତନ କର୍ମକର୍ତ୍ତା
ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ
ଗୋଡଭଗା ନାଗରିକ କମିଟିର ବୈଠକ ସମଲେଶ୍ଵରୀ କଲ୍ୟାଣ
ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ
ସଭାରେ ପୂର୍ବତନ ସଭାପତି ହାରାଧନ ବାରିକଙ୍କ ଦେହାନ୍ତ ନେଇ ସୁରେଶ ଦାସଙ୍କୁ
ସର୍ବସମ୍ମତିକ୍ରମେ ସଭାପତି ମନୋନୀତ କରାଯାଇଥିଲା । ପୂର୍ବ କମିଟିର ଅନ୍ୟ ସମସ୍ତ ସଦସ୍ୟ
ଆଉ ଥରେ ରହିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ୧୭ ତାରିଖରେ ନୂଆଁଖାଇ ଭେଟଘାଟ
ଆୟୋଜନ ପାଇଁ କୃଷ୍ଣଚନ୍ଦ୍ର ନନ୍ଦ, ଦେବବ୍ରତ ରଥ, ନରେନ୍ଦ୍ର ଦାଶ, ପ୍ରଦୀପ କଣ୍ଠଙ୍କୁ ଦାୟିତ୍ଵ
ପ୍ରଦାନ କରାଯାଇଛି । ଶେଷରେ ସୁରେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
