September 29, 2024

ସକାଳର ଖବର, ୩-ସେପ୍ଟେମ୍ବର-୨୦୨୩, ରବିବାର*

Share

*╭──────────────────╮*
*🌄ସକାଳର ଖବର, ୩-ସେପ୍ଟେମ୍ବର-୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଖୁଦୁରୁକୁଣୀ ପୂଜା ଆରମ୍ଭ, ଭାଇଙ୍କ ଶୁଭ ମନାସି ଭଉଣୀ ମା’ ଖୁଦୁରୁକୁଣୀଙ୍କୁ କରିବେ ପୂଜାର୍ଚ୍ଚନା l

➡️୨-୧୯୦ଟି ପୁଲିସ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୩-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୫ ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୩ ପ୍ରଦାନ କରିବେ । ଓଡ଼ିଶାରୁ ୪ ଜଣ ଶିକ୍ଷକ ହୋଇଛନ୍ତି ମନୋନୀତ l

➡️୪-ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ର ପେଡ୍‌ ଭର୍ସନ, ଦିଶିବନି ଗୋଟାଏ ବି ବିଜ୍ଞାପନ l

➡️୫-ହୋସ୍ ଉଡ଼ାଇଲା ୫ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ଜାନୁଆରୀରୁ-ଜୁନ, ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି ।

➡️୬-ଆଦିତ୍ୟ ଏଲ ୱାନର ସଫଳ ଲଂଚ ପଛରେ ଭାବବିହ୍ୱଳ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । କହିଲେ, ଦୀର୍ଘଦିନ ସ୍ୱପ୍ନ ପୂରା ପରେ ମିଳିଲା ଆତ୍ମ ସନ୍ତୋଷ l

➡️୭-ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ, ରୋଭର ପ୍ରଜ୍ଞାନ ତାର ମିଶନ କଲା ପୂରା l ସେପ୍ଟମ୍ବର ୨୨ ତାରିଖରେ ଚନ୍ଦ୍ରରେ ପୁଣିଥରେ ସୂର୍ଯ୍ୟଦ୍ୟୋୟ ହେଲେ ପୁଣିଥରେ ରୋଭର କାର୍ଯ୍ୟ ଆରମ୍ଭ କରିବ ବୋଲି ଇସ୍ରୋର ଆଶା l

➡️୮-ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ। ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ତଦନ୍ତକାରୀ ସଂସ୍ଥା।

➡️୯-ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ୭ଥର ବିଧାୟକ ଭାବେ ନିର୍ବଚିତ ହୋଇଥିଲେ l

➡️୧୦-ଦୀପାବଳିରେ ରିଲିଜ୍‌ ହେବ ଫିଲ୍ମ ‘ଟାଇଗର-୩’, ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର l ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ହେବ ରିଲିଜ୍‌ ।

➡️୧୧-ରିୟଲଟି ଶୋରେ ସୀମା ହାଇଦର ! ମିଳିଲା ବିଗ୍ ବସର ଅଫର, ସେପଟେ କପିଲ ଶର୍ମା ବି ଦେଲେ ଅଫର l

➡️୧୨-ରାଜସ୍ଥାନରେ ଜଣେ ୨୧ ବର୍ଷୀୟ ଆଦିବାସୀ ବର୍ଗର ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ବୁଲାଇବା ଘଟଣାରେ ପୀଡ଼ିତାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି l

➡️୧୩-ଶେଷ ହେଲା ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ ବୈଠକ l ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କଲେ ବଡ଼ ଘୋଷଣା l ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ଅବସରରେ ହେବ ଜାତୀୟ ସ୍ତରରେ ବଡ଼ କାର୍ଯ୍ୟକ୍ରମ l

➡️୧୪-ବିଦେଶମାଟିରେ ଭାରତୀୟ ବଂଶୋଦ୍ଭବଙ୍କ ଚମକ । ସିଙ୍ଗାପୁର ରାଷ୍ଟ୍ରପତି ହେଲେ ଥର୍ମନ ଶନମୁଗରତ୍ନମ l

➡️୧୫-ଇସ୍ତଫା ଦେଲେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ସିଇଓ: ୪ ମାସ ପରେ ଅବସର ନେଇଥାନ୍ତେ l

➡️୧୬-ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ, ହୋଟେଲ ଓ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା l

➡️୧୭-ୟୁକ୍ରେନ୍ ପ୍ରସଙ୍ଗରେ ରୁଷ୍‌ ବିଦେଶ ମନ୍ତ୍ରୀ ଦେଲେ ବୟାନ, କହିଲେ ଜି-୨୦ରେ ଅଣଦେଖା କଲେ ମିଳିତ ବିବୃତିକୁ ରୋକିବୁ l

➡️୧୮-Asia Cup: ଭିଲେନ ସାଜିଲା ବର୍ଷା, ନିରାଶ କ୍ରିକେଟ୍ ପ୍ରେମୀ, ଲଗାତାର ବର୍ଷା ଯୋଗୁଁ ଭାରତ ପାକିସ୍ଥାନ ମ୍ୟାଚ ହେଲା ରଦ୍ଧ l ଉଭୟ ଦଳକୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ l

➡️୧୯-ଭାରତ ହକି ୫ଏସ୍‌ ଏସିଆ କପ୍‌ ବିଜେତା: ଫାଇନାଲ୍‌ରେ ପାକିସ୍ତାନ ସୁଟ୍‌ଆଉଟ୍‌ l

➡️୨୦-୧୨ ତାରିଖ ଯାଏ ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଦ୍ବିତୀୟ ଜିଲ୍ଲାସ୍ତରୀୟ ମହିଳା ଫୁଟବଲ ଚାମ୍ପିଅନସିପ୍ ହେବ ଆୟୋଜିତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଖୁଦୁରୁକୁଣୀ ଓଷା ll*
*🔅ଆଜି ଜାତୀୟ ତରଭୁଜ ଦିବସ ll*
*🔅ଆଜି ଜାତୀୟ ସୋରିଷ ଦିବସ ll*
*🔅ଆଜି ଜାତୀୟ ଡିସ୍କ ଗଲ୍ଫ ଦିବସ ll*
*🔅ଆଜି ଜାତୀୟ ଯାଆଁଳା ଦିବସ ll*

*ବି. ଦ୍ର : ଡେଙ୍ଗୁ ପାଇଁ ଭୟଭିତ ହୁଅନ୍ତୁ ନାହିଁ, ସଚେତନ ଓ ସତର୍କ ହୁଅନ୍ତୁ । ଡେଙ୍ଗୁ ମଶା ସକାଳ, ସଂଧ୍ୟା ଏବଂ ଦିନବେଳେ ମଧ୍ୟ କାମୁଡେ । ମଶା ନିବାରଣର ସମସ୍ତ ସତର୍କତା କଡାକଡି ପାଳନ କରନ୍ତୁ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*