June 17, 2024

ଗଜପତି:- ଓଡ଼ିଶା ପରିବେଶ ସମିତି , ଭୁବନେଶ୍ୱର ପକ୍ଷରୁ ମେଗା ବୃକ୍ଷ ରୋପଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ।

Share

ଗଜପତି:- ଓଡ଼ିଶା ପରିବେଶ ସମିତି , ଭୁବନେଶ୍ୱର ପକ୍ଷରୁ ମେଗା ବୃକ୍ଷ ରୋପଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ।
———————————————-
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଜ ସିତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନଭରସିଟି’ର ଅଡିଟୋରିଅମ ହଲ ଠାରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା କର୍ମଶାଳା ଏବଂ ରଣଦେଵୀ ଗ୍ରାମ ନିକଟସ୍ଥ ଏମ/ଏସ ସ୍ୱାମିନାଥନ ସ୍କୁଲ ଅଫ ଏଗ୍ରିକଲଚର’ର ପୋଷ୍ଟ ଗ୍ରାଜୁଏଟ ରିସର୍ଚ୍ଚ ଫାର୍ମ ପରିସରରେ ମେଗା ଫଳବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିବେଶ ବିଶେଷଜ୍ଞ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ଏହି ସମସ୍ତ କାର୍ଯ୍ୟକ୍ରମ ଓଡ଼ିଶା ପରିବେଶ ସମିତି ଭୁବନେଶ୍ୱର ଏବଂ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ’ର ମିଳିତ ସହଯୋଗ’ରେ ରାୟଗଡ଼ା ସ୍ଥିତ ଷ୍ଟେଟ-ବ୍ୟାଙ୍କ’ର ଆରବିଓ: ସହାୟତା’ରେ ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ସି ସି ଡ଼ି” ର ବ୍ୟବସ୍ଥା ଓ ଆୟୋଜକତ୍ୱ’ରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସେଞ୍ଚୁରିଅନ ୟୁନିଭରସିଟି’ର ଅଡିଟୋରିଅମ୍ ହଲ ଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା କର୍ମଶାଳା’ରେ ସହକାରୀ ପ୍ରଫେସର ନିଲଞ୍ଜନା ଦତ୍ତ’ଙ୍କ କାର୍ଯ୍ୟକ୍ରମ ସଂଯୋଜନା’ରେ” ଓଡ଼ିଶା ପରିବେଶ ସମିତି”ର ରାଜ୍ୟ ସଭାପତି ତଥା ବିଶିଷ୍ଟ ପରିବେଶବିତ୍ ଡ଼ଃ ସୁନ୍ଦର ନାରାୟଣ ପାତ୍ର ଯୋଗଦେଇ ସମଗ୍ର ବିଶ୍ୱରେ ଯେଭଳି ମାତ୍ରାରେ ତାପମାତ୍ରା ବଢ଼ି ଚାଲିବା ସହ ଜଳବାୟୁ’ରେ ବିଭ୍ରାଟ ଦେଖାଦେଇଛି ଏବଂ ଜୈବ ବିବିଧତା ହ୍ରାସ ହୋଇ ଚାଲିଛି , ଏ ସବୁର ଏକମାତ୍ର ସମାଧାନ ହେଉଛି ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କରାଯିବା । ବୃକ୍ଷ ରୋପଣ କରାଗଲେ ବୃକ୍ଷ ଶୀତଳ ପ୍ରଦାନ କରିବା ସହ ଉତ୍ତପ୍ତ’କୁ ହ୍ରାସ କରିଥାଏ , ଜଳଚକ୍ର ଓ ପରିଶ୍ଵସ୍ଥ୍ୟ ସନ୍ତୁଳନ’କୁ ନିୟନ୍ତ୍ରଣ କରିଥାଏ ବୋଲି କହିଥିଲେ ।
ସେହିଭଳି ଓଡ଼ିଶା ପରିବେଶ ସମିତି’ର ସମ୍ପାଦକ ତଥା ପରିବେଶବିତ୍ ଡ଼ଃ ଜୟକୃଷ୍ଣ ପାଣିଗ୍ରାହୀ ଏବଂ ଯୁଗ୍ମ ସମ୍ପାଦକ ତଥା ପରିବେଶ ବିଶେଷଜ୍ଞ ଇନଜିନିୟର ମନୋରଞ୍ଜନ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶ୍ଵ ସ୍ତରରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନରେ ବୃକ୍ଷ ରୋପଣ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରି ସବୁଜ ପୃଥିବୀ କିଭଳି ସମ୍ଭବ ହୋଇପାରିବ , ଛାତ୍ରଛାତ୍ରୀ ଓ ଯୁବପିଢି’ଙ୍କୁ ବ୍ୟକ୍ତିଗତ ସ୍ତରରେ କିଭଳି ବୃକ୍ଷ ରୋପଣ କାର୍ଯ୍ୟରେ ଜଡ଼ିତ ହେବେ ଏବଂ ସେମାନେ ପରିବେଶର ଗୁଣାତ୍ମକ ମାନ ବୃଦ୍ଧି ସେମାନଙ୍କ ଭୂମିକା ରହିବ ଏବଂ ସେମାନେ ଗ୍ରିଁ ଆର୍ମି ଗଠନ ମାଧ୍ୟମରେ ଜଣେ ଜଣେ ପରିବେଶ ସୈନିକ ଭାବେ ବାହାରି ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ , ସେ ଦିଗରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟ ବ୍ୟାଙ୍କର ଚିଫ-ମ୍ୟାନେଜର ଶ୍ରୀ ସିଏଚ: ଲକ୍ଷ୍ମୀ ନୃସିଂହ ପାତ୍ର , ସିୟୁଟିଏମ: ର ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର , ଏଗ୍ରୀକଲଚର ଡିନ ଡ଼ଃ ଏମ: ଦେବେନ୍ଦ୍ର ରେଡ୍ଡୀ ଏବଂ ଡିନ-ଏଡମିନ ଡ଼ଃ ଏସ ପି: ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ବୃକ୍ଷରୋପଣ , ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ର ବିଭିନ୍ନ ଦିଗ ଉପରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ , ବୃକ୍ଷ ରୋପଣ ଏବଂ ପ୍ରକୃତି – ପରିବେଶ ସୁରକ୍ଷା ସମ୍ପର୍କିତ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ପରେ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ପରିବେଶ ବିଶେଷଜ୍ଞ ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା ।
ଏହି ଅବସର’ରେ ସିୟୁଟିଏମ୍: ର ରଣଦେବୀ ଗ୍ରାମ ଉପକଣ୍ଠ ଠାରେ ଥିବା ଏମ: ଏସ: ସ୍ୱାମିନାଥନ ସ୍କୁଲ ଅଫ ଏଗ୍ରିକଲଚର୍ ର ପୋଷ୍ଟ ଗ୍ରାଜୁଏଟ ରିସର୍ଚ୍ଚ ଫାର୍ମ ପରିସରରେ ପରିବେଶ ବିଶେଷଜ୍ଞ ମାନଙ୍କ ଦ୍ଵାରା ସିୟୁଟିଏମ: ର ଅଧିକାରୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣ’ରେ ମେଗା ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ମେଗା ଫଳବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ନଡ଼ିଆ , ପିଜୁଳି , ସାପେଟା , ଡାଳିମ୍ବ ଓ ଆମ୍ବ ପ୍ରଭୃତି ଜାତି’ର ଫଳ ବୃକ୍ଷ ରୋପଣ କରା ଯାଇଥିଲା ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————

You may have missed