ଲଘୁଚାପ ଜନିତ ବର୍ଷା ରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍
ଲଘୁଚାପ ଜନିତ ବର୍ଷା ରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍
ବ୍ରାହ୍ମଣୀଗାଁ ତା: ୩/୮ ଲଘୁଚାପ ଜନିତ ବର୍ଷାରେ ଵେହୋଲ୍ ହୋଇଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳ, ବର୍ଷା ର ପ୍ରଭାବ ରେ ଅନେକ କ୍ଷୟ କ୍ଷତି ହେଉଥିବା ବେଳେ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଛୋଟ ଛୋଟ ବ୍ରିଜ ଭାଙ୍ଗି ଯିବା ସହ ପାର୍ଶ୍ୱ ରାସ୍ତା ରେ ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ମଙ୍ଗଳବାର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେ ତାଜୁଙ୍ଗିଆ ପଞ୍ଚାୟତ ର କଲିଙ୍ଗି ଗ୍ରାମ ଠାରୁ ତାଜୁଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଏକ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାସ୍ତା ଧୋଇ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଯାହାରି ଫଳରେ ସେହି ରାସ୍ତା ଦେଇ କଲିଙ୍ଗି, ସୁଲୁମହା, ଶିକବାଡ଼ି ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ସେହିପରି ସିର୍ବାବର୍ଗ ଠାରୁ ସଲାଗୁଡ଼ି ରାସ୍ତା ଧୋଇ ହୋଇଯିବା ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)