April 19, 2025

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଅଗଷ୍ଟ 9 ରାଜଧାନୀ ସମାବେଶକୁ ସଫଳ କରିବାକୁ ଆହ୍ବାନ : ଏଚ୍‌ଏମ୍‌ଏସ୍‌

Share

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଅଗଷ୍ଟ 9 ରାଜଧାନୀ ସମାବେଶକୁ ସଫଳ କରିବାକୁ ଆହ୍ବାନ : ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, 3/8 : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ଆସନ୍ତା ଅଗଷ୍ଟ 9 କ୍ରାନ୍ତି ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଡ଼ାକରାରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ହିନ୍ଦ୍‌ ମଜଦୁର ସଭା (ଏଚଏମଏସ୍‌)ର ସହବନ୍ଧିତ ସଂଗଠନଗୁଡ଼ିକୁ ରାଜ୍ୟ ଏଚ୍‌ଏମ୍‌ଏସ ଉପସଭାପତି ରବି ରଥ ଅନୁରୋଧ କରିଛନ୍ତି
2014 ମସିହାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ ସରକାର ପ୍ରତିଷ୍ଠା ହେବା ଠାରୁ ଆମ ଦେଶର ସକଳ ସ୍ତରରେ ଜନଗଣଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି ପୂର୍ବରୁ ରହିଥିବା ଶ୍ରମିକ ଶ୍ରମ ଆଇନକୁ ଉଚ୍ଛେଦ କରାଯିବା ସହିତ କର୍ପୋରେଟ ସଂସ୍ଥା ଓ ମାଲିକମାନଙ୍କ ସ୍ବର୍ାଥରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଶ୍ରମିକ କର୍ମଚାରୀମାନଙ୍କ କ୍ଷେତ୍ରରେ ଆତଙ୍କ ସୃଷ୍ଟି କରିଛି କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ତୀବ୍ର ବେଗରେ ଚଳାଇଛନ୍ତି ଲୁହା, ଇସ୍ପାତ, କୋଇଲା, ଅନ୍ୟାନ୍ୟ ଖଣିଜଦ୍ରବ୍ୟ, ରେଳବାଇ, ଜଳପଥ, ସ୍ଥଳପଥ, ଆକାଶପଥ, ପରିବହନ, ବିମାନ ବନ୍ଦର, ବ୍ୟାଙ୍କ ବୀମା ଭଳି ଆର୍ଥିକ କ୍ଷେତ୍ର ପେଟ୍ରୋଲିୟମ, ଗ୍ୟାସ, ବିଦୁ୍ୟତ ଶକ୍ତି ଭଳି କ୍ଷେତ୍ର ଡ଼ାକ ତାର, ଇଲୋକ୍ଟ୍ରୋନିକ୍ସ ଶିଳ୍ପର ଘରୋଇକରଣ ଚାଲିଛି ଶିକ୍ଷା, ସ୍ବାସ୍ଥ୍ୟ ସମେତ ସମସ୍ତ ସରକାରୀ ବିଭାଗରେ ମଧ୍ୟ ଘରୋଇକରଣ ହେଉଛି ଏହି ବ୍ୟବସ୍ଥା ବିରୋଧରେ ଦେଶବାସୀ ତଥା ଶ୍ରମିକମାନେ ସଂଗଠିତ ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ତେଣୁ ଅଗଷ୍ଟ 9 ରାଜଧାନୀ ସମାବେଶକୁ ସଫଳ କରିବା ପାଇଁ ଉପସଭାପତି ଶ୍ରୀ ରଥ ରାଜ୍ୟର ସମସ୍ତ ଶ୍ରମିକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି

(ରବି ରଥ)
ଉପ-ସଭାପତି, ହିନ୍ଦ୍‌ ମଜଦୁର ସଭା, ଓଡ଼ିଶା