June 8, 2026

ସତ୍ୟବାଦୀ ନୋଡାଲ ହାଇସ୍କୁଲ ରେ ପୋଷାକ ବିତରଣ ଉତ୍ସବ

IMG-20230703-WA0048
Share

ସତ୍ୟବାଦୀ ନୋଡାଲ ହାଇସ୍କୁଲ ରେ ପୋଷାକ ବିତରଣ ଉତ୍ସବ

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ମସିହାଖାଲି ପଞ୍ଚାୟତ ଅଧୀନସ୍ଥ
କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ହାଇସ୍କୁଲରେ ପରିସରରେ ସୋମବାର ଦିନ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠୀତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କାପଲ ବୁଲୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ସରକାରୀ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହେଉଛି ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ପୋଷାକ ବଣ୍ଟନ ପରି ବିଭିନ୍ନ କାର୍ଯ୍ୟକ୍ରମ ସରକାରଙ୍କୁ ଲୋକାଭିମୁଖୀ କରୁଛି ତତ୍ ସହିତ କିପରି ଭଲ ପାଠ ପଢିବା ଦ୍ୱାରା ଭଲ ମଣିଷ ଟିଏ ହୋଇ ନିଜ ବିଦ୍ୟାଳୟ ସମେତ ଗ୍ରାମର ନାମକୁ ମଧ୍ୟ ସାରା ଦୁନିଆରେ ପରିଚୟ ସୃଷ୍ଟି କରିପାରିବ ସେହି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉସିଲର ଅନିଲ ନାୟକ, ପୂର୍ବତନ ସମିତି ସବ୍ୟ ପ୍ରିୟମ୍ବଦା ପାଢ଼ୀ, ୱାର୍ଡ ମେମ୍ବର ବାସନ୍ତୀ ରାଉଳ,ଲଷ୍ମୀ ଗୌଡ଼,ମୁନି ପ୍ରାସାଦ ପାଢ଼ୀ, ଅଙ୍ଗନବାଡି ସସ୍ମିତା ଶତପଥି, ବିଦ୍ୟାଳୟରେ ପରିଚାଳନା କମିଟିର ସଭାପତି ମାନ୍ଦାଗିନୀ ଗୌଡ଼, ସାଇ ଭିଭୂତି ବେହେରା, ମନୋଜ ଦଳାଇ, ହରପ୍ରସାଦ ବିଷୋୟୀ, ଉର୍ମିଳା କୁମାରୀ କାର୍ଜି, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ସରିତା ନାୟକ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed