June 6, 2026

ପୌର ପରିଷଦର ର ସାଧାରଣ ବୈଠକ ରେ ଯୋଗଦେଲେ ବିଧାୟକ

IMG-20260603-WA0020
Share

        ପାରଳାଖେମୁଣ୍ଡି – ()- ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ବୈଠକ ଗୃହ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିଲେ , ପ୍ରଥମେ ବିଧାୟକ ଙ୍କୁ ସମସ୍ତ ସଦସ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ବୈଠକ ରେ ମୁଖ୍ୟ ପ୍ରସଙ୍ଗ ଥିଲା ଜିଲ୍ଲା ର ହୋଇଥିବା ସହିଦ ମାନଙ୍କ ସ୍ମୃତିପୀଠ ବା ସ୍ମୃତିସ୍ତମ୍ବ ପାରଳା ରେ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ରହିଛି। ଆଗାମୀ ଦିନ ରେ ସହର ର ଆକର୍ଷଣ ସ୍ଥାନ ରେ କରାଯିବ ବୋଲି ବିଧାୟକ ଜଣାଇଛନ୍ତି, ସେଇ ଭଳି ସହର ର ପରିବେଶ କୁ ସଫା ରଖିବା ସହ ନାଳ ମରାମତି ଉପରେ ଧ୍ୟାନ ଦିଆଯିବା ନେଇ ଆଲୋଚନା ହୋଇଥିଲା, ଏହି ବୈଠକ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ନେତୃତ୍ଵ ରେ ଅନୁଷ୍ଟିତ ହୋଇଥିଲେ, ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ,ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ,ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ

You may have missed