May 10, 2026

ଅବସର ଗ୍ରହଣ କଲେ ଦୁଇ ଶିକ୍ଷକ ; ବେଲଗୁଣ୍ଠା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

IMG-20250403-WA0039
Share

 

ବେଲଗୁଣ୍ଠା, ୦୩/୦୪, ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଦୁଇ ଶିକ୍ଷକ ଅବସରଗ୍ରହଣ କରିଥିବାବେଳେ ଉଭୟଙ୍କୁ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଅବସରଗ୍ରହଣ କରିଥିବା ଦୁଇ ଶିକ୍ଷକ ହେଉଛନ୍ତି କଣ୍ଟାଡୋର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଳିୟ କୁମାର ସ୍ୱାଇଁ ଏବଂ ବଡ଼ ସାଦରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ଗୌଡ଼ I ଆଜି ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା କୁମାରୀ ରଥ ଏବଂ ଦୁଇ ବିଦାୟୀ ଶିକ୍ଷକ ମଞ୍ଚାସୀନ ଥିଲେ I ଉଭୟ ଶିକ୍ଷକଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଉପସଭାପତି ଶଲ୍ୟ କୁମାର ସିଅ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପଟ୍ଟନାୟକ,କୃଷ୍ଣଚନ୍ଦ୍ର ସେଠୀ, ସାଂଗଠନିକ ସମ୍ପାଦକ ଆକୁଳ ସାହୁ, ଉପଦେଷ୍ଟା ସନିତ୍ ଜେନାଙ୍କ ସମେତ କ୍ଲଷ୍ଟର୍ ଇନ୍ ଚାର୍ଜ୍ ଜିତେନ୍ଦ୍ର କୁମାର ସାହୁ, କାଳୁ ଚରଣ ଗୌଡ଼, କେଦାରନାଥ ନାୟକ, ସୁଧୀର କାନ୍ତ ତ୍ରିପାଠି, ରଞ୍ଜିତ୍ କୁମାର ସାହୁ, ହରେକୃଷ୍ଣ ଶତପଥି,ଅନନ୍ତ ସେଠୀ, ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି ଅବସରରେ ବିଦାୟୀ ଶିକ୍ଷକଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ