October 28, 2026

ବାଲିଗୁଆଳି ଉଚ୍ଚବିଦ୍ୟାଳୟର ବାର୍ଷିକ ଉର୍ତ୍ସବ ଧୂମାଧାମର ସହିତ ପାଳନ କରାଯାଇଛି…

iuoiu
Share

ପୁରୀ ସଦରବ୍ଲକ ଅନ୍ତର୍ଗତ ଶାରଦା ବିହାର ଉଚ୍ଚ ବିଦ୍ୟାଳୟ ବାଲିଗୁଆଳିର ୩୯ତମ ବାର୍ଷିକ ଉର୍ତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ସହକାରୀ ଶିକ୍ଷକ ହରପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିବା ସହିତ ଛାତ୍ରଛାତ୍ରୀମାନେ ଘରକୁ ଦିଆଯାଉଥିବା ପାଠ କିପରି କରିବେ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ମୁଖ୍ୟବକ୍ତା ମାନସ ରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥିଭାବେ ପ୍ୟାରୀମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜନିଜର ଅଭିଭାଷଣ ରଖିଥିଲେ l ପରେପରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଂଜୀବନୀ ଗ୍ରୁପର ଅଧକ୍ଷ, ଯୁବନେତା, ସମାଜସେବୀ ସୌମ୍ୟକାନ୍ତ ପ୍ରଧାନ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କୁ ସମ୍ମାନିତ କରିବା ସହିତ କ୍ରୀଡା ଶିକ୍ଷକ ହରପ୍ରସାଦ ନାୟକ ଓ ଭଲୁଏଣ୍ଟର ବିଜୟ ଜେନାଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed