April 28, 2026

ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ନେଇ ଗୁରୁତ୍ୱ 

IMG-20241002-WA0016
Share

 

 

ସମ୍ବଲପୁର ,(ରାଜାରାମ ଷଡ଼ଙ୍ଗୀ): ଯୁଯୁମୁରା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ୍ ପ୍ରଶାସନ ଓ ଏଡ୍ ଏଟଆକ୍ସନ ଓ ୟୁନିସେଫ ପକ୍ଷରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଯୁଯୁମୁରା ସିଡିପିଓ ମିନତୀ ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଡ୍ଏଟ୍ଆକ୍ସନ ର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ ଯୁଯୁମୁରା ବ୍ଲକରେ ଚିହ୍ନଟ ହୋଇଥିବା ଅସହାୟ ଶିଶୁ ମାନଙ୍କର ତଥ୍ୟ ପ୍ରଦାନ କରିବା ସହ ବିଭିନ୍ନ ଯୋଜନାରେ ଯୋଡ଼ି ଥିବା ଶିଶୁ ମାନଙ୍କର ତଥ୍ୟ ପ୍ରଦାନ କରିଥିଲେ। ଜ୍ୟୋତି ଶତପଥି ବାଲ୍ୟ ବିବାହ ଓ ଶିଶୁ ମାନଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ। ପ୍ରୋଗ୍ରାମ ଅଫିସର ପୂର୍ଣ୍ଣିମା ତ୍ରିପାଠୀ ବାଲ୍ୟ ବିବାହ ମୁକ୍ତ ଘୋଷଣାର ନିୟମ ଉପରେ ସୂଚନା ଦେଇଥିଲେ। ଜିଲ୍ଲା ସଂଜୋଜିକ। ପି ସି ଏଲ ପ୍ରିୟଙ୍କା ସିଂ ବିଭିନ୍ନ ପଞ୍ଚାୟତରେ କାମ କରୁଥିବା ପ୍ରେରଣା କେନ୍ଦ୍ର ଉପରେ ସୂଚନା ଦେଇଥିଲେ ଓ ଶିଶୁ ମାନଙ୍କର ସୁରକ୍ଷା ପାଇଁ କାମ କରି ପାରିବେ ବୋଲି ମତ ରଖିଥିଲେ। ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମାନଭଞ୍ଜନ ପ୍ରଧାନ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ଶିକ୍ଷାରେ ସାମିଲ କରିବା ପାଇଁ ସମସ୍ତଙ୍କର ଭୂମିକା ସମ୍ପର୍କ ରେ ମତ ରଖିଥିଲେ । ବାହାମ ସରପଞ୍ଚ ସରସ୍ଵତୀ ଭୋସାଗର ଓ କବରାପାଲି ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ୱ ରହିଛି ବୋଲି କହିଥିଲେ । ପ୍ରାଚୀ ସେଠ୍ ଅସୁରକ୍ଷିତ ସ୍ଥାନ ଚିହ୍ନଟ ଉପରେ ହୋଇଥିବା ପ୍ରକ୍ରିୟା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବ୍ଲକର ଜଣେ ସରପଞ୍ଚ, ଜଣେ ସମିତି ସଭ୍ୟ।, ୨ ଜଣ ଅଙ୍ଗନୱାଡ଼ି କର୍ମୀ ଓ ଜଣେ କିଶୋରୀ ବାଳିକାକୁ ସେମାନଙ୍କର ଶିଶୁ ସୁରକ୍ଷା ଉପରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ସାମୂହିକ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏଡ୍ଏଟଆକ୍ସନର ବ୍ଲକ ସଂଯୋଜିକା ମିନାକ୍ଷୀ ପ୍ରଧାନ ପରିଚାଳନା କରିଥିଲେ । ଅଙ୍ଗନୱାଡ଼ି , ଆଶା କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା ଓ ନିମନ୍ତ୍ରିତ ସରପଞ୍ଚ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସମାଜ କଲ୍ୟାଣ ବିଭାଗ ସୁପର ଭାଇଜର ରେଣୁବାଳା ପ୍ରଧାନ ଶେଷରେ ଧନ୍ୟବାଦ ଦେଇଥିଲେ।