ରେସଲାଇଫ ଫ୍ୟାମେଲି ସାଲୁନ୍ ଉଦ୍‌ଘାଟିତ

IMG-20231002-WA0089
Share

ରେସଲାଇଫ ଫ୍ୟାମେଲି ସାଲୁନ୍ ଉଦ୍‌ଘାଟିତ
ବାଲେଶ୍ୱର: ଗତ ୧ ତାରିଖ ରବିବାର ଦିନ ବାଲେଶ୍ୱର ସହରର ମଠସାହି ତାରିଣୀ ଛକରେ ରେସଲାଇଫ୍ ଫ୍ୟାମେଲି ସାଲୁନ୍ ଉଦ୍‌ଘାଟିତ ହୋଇଯାଇଛି । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେସଲାଇଫ୍ ଫ୍ୟାମେଲି ସାଲୁନ୍‌ର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ, ବିଜେଡି ମିଡିଆ ସେଲର ଧୀରେନ୍ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ସାମ୍ବାଦିକ ବଂଶୀଧର ଜେନା, ଡାକ୍ତର ଅଜୟ କୁମାର ମିଶ୍ର, ସମାଜସେବୀ ଅମରେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ପ୍ରଧାନ, ସରୋଜ କୁମାର ତ୍ରିପାଠୀ, କପିଳ ରାଉତ, ଗୀତାଞ୍ଜଳି ମାଇତି, ପ୍ରତୀକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ସହରରେ ନୂତନ ଭାବରେ ଗଢ଼ି ଉଠିଥିବା ରେସଲାଇଫ୍ ସାଲୁନ୍ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ରୂପଚର୍ଯ୍ୟା ଯୋଗାଇ ପାରିବ ବୋଲି ରେସଲାଇଫ୍‌ର ମୁଖ୍ୟ ଇଂ ଜଗଦୀଶ ମିଶ୍ର ଏହି ଅବସରରେ ପ୍ରକାଶ କରିଥିଲେ ।