September 15, 2026

୧୨ ଦଫା ଦାବି ନେଇ ୱାର୍ଡ ସଭ୍ୟ, ମାନବାଧିକାର ସଦସ୍ୟଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

IMG-20231002-WA0035
Share

୧୨ ଦଫା ଦାବି ନେଇ ୱାର୍ଡ ସଭ୍ୟ, ମାନବାଧିକାର ସଦସ୍ୟଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତର ମଙ୍ଗଳା ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବିଭିନ୍ନ ଦାବି କରି ସ୍ଲୋଗାନ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେତେକ ୱାର୍ଡ ସଭ୍ୟ ମାନଙ୍କ ସହ ମାନବଧିକାର ସଦସ୍ୟ ସୋମବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ କିଛି ସମୟ ପାଇଁ ଘେରାଉ କରିଥିଲେ ।ଗ୍ରାମ ପଞ୍ଚାୟତର ମାସିକ ବୈଠକ ରୀତିମତ କରିବା, ପ୍ରତି ବୈଠକରେ ବିବରଣୀ ପରବର୍ତ୍ତୀ ବୈଠକରେ ପଠନ ଓ ଗ୍ରାମ ପଞ୍ଚାୟତର ପୂର୍ବ ମାସ ସୁଧା ଆୟ ବ୍ୟୟ ଗୃହରେ ଉପସ୍ଥାପନ କରିବା ,ଗ୍ରାମ ପଂଚାୟତର ସୁଲଭମୂଲ୍ୟ ସାମଗ୍ରୀ (ପିଡ଼ିଏସ)ଯୋଜନାର ହିତାଧିକାରୀ ତାଲିକା ବିଭିନ୍ନ ଭତ୍ତାଧାରୀ ମାନଙ୍କର ତାଲିକା କାର୍ଯ୍ୟାଳୟ କାନ୍ଥରେ ପ୍ରକାଶନ କରିବା ଭଳି ୧୨ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପଂଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗିଙ୍କୁ ମାନବଧିକାର ଫୋରମ ସଦସ୍ୟ ନରସିଂହ ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ସୂଚନା ଥାଉକି ଉକ୍ତ ଦାବି ସମ୍ପର୍କରେ ସେପ୍ଟେମ୍ବର ମାସ ୨୫ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କୁ ୧୨ ଦଫା ଦାବି ଉଲ୍ଲେଖ କରି ପ୍ରଦାନ କରିଥିଲେ । ଅକ୍ଟୋବର ମାସ ଦୁଇ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ।ଉକ୍ତ ଘଟଣାର ଅଭିଯୋଗ ସମ୍ପର୍କରେ ପାରୀକ୍ଷିତି ସରପଞ୍ଚ ଙ୍କୁ ପଚାରିବାରେ ସେ କହିଥିଲେ ପାରୀକ୍ଷିତି ପଂଚାୟତ ର ସମସ୍ତ ଗ୍ରାମ ଗୁଡିକରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ଚାଲିଛି ପ୍ରତ୍ୟେକ ଗ୍ରାମରେ ଗ୍ରାମବାସୀ ଙ୍କ ସୁବିଧା ନିମନ୍ତେ କଲ୍ୟାଣ ମଣ୍ଡପ, ସିସି ରାସ୍ତା ,ଠାକୁରାଣୀ ମନ୍ଦିର ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ବୃଦ୍ଧ ବୃଦ୍ଧା ମାନଙ୍କୁ ପେନସନ ବ୍ୟବସ୍ଥା ସହିତ ଗ୍ରାମ ର ଉନ୍ନତିମୂଳକ କାର୍ଯ୍ୟ ସବୁ କରାଯାଇଛି ଏବଂ ଯେଉଁ କିଛି କିଛି ଗ୍ରାମ ରେ କାମ ରହି ଯାଇଛି ସେ ସମସ୍ତ ପ୍ରକାର କାର୍ଯ୍ୟ ମଧ୍ୟ ସରକାର ଙ୍କ ନିକଟରୁ ଅର୍ଥ ଆସିଲେ ସେ ଗୁଡିକ ମଧ୍ୟ ଖୁବଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ ଏବଂ ଏହି ଅଭିଯୋଗ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଠିକଠାକ ଚାଲିଛି ।ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା ମତ ପ୍ରକାଶ କରିଥିଲେ ।ଏହି ଘେରାଉ ସମୟରେ ମାନବାଧିକାର ଫୋରମର ବ୍ଲକ କମିଟି ସଭାପତି ନରସିଂହ ମାଣ୍ଡାଙ୍ଗି, ଉପସଭାପତି ମୁକୁନା କାଡ୍ରାକା, ବୁଡୁ କଣ୍ଡାଗରୀ, ନାବଦ ମିଶାଲ, ସାଧାରଣ ସମ୍ପାଦକ ନନ୍ଦ କୁମାର ତୋଇକା ,ସହ ସଂଯୋଜକ କୃପାସିନ୍ଧୁ ମହାପାତ୍ର, ମଞ୍ଜୁଳା କଲକା ଟାସ୍କି, ବିଜୟ ଲଷ୍ମୀ ତୋଇକା ଗୋଗୁପାଡୁଙ୍କ ସମେତ ଗୁଣୁପୁର ବ୍ଲକ ସଭାପତି ପ୍ରଣବ କୁମାର ପଣ୍ଡା, ଗୁଣୁପୁର ମୁନିସିପାଲିଟି ସଭାପତି ସୁଶାନ୍ତ ଲିମା ଏବଂ ପାରୀକ୍ଷିତି, ଗୋସେଇଁ ଗୁଲୁମୁଣ୍ଡା, ସୁଣ୍ଡି ଧାମୁଣି ପଞ୍ଚାୟତ ର ମାନବଧିକାରଫୋରମର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା