March 13, 2026

ଆଦୀବାସୀ ମାନଙ୍କର ୧୭ ଦଫା ଦାବୀ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଏମ୍ଏଲ୍ ଓ ଏ.ଏସ.ଏମ. ର ଗଣ ଧାରଣା ଓ ବିକ୍ଷୋଭ …

IMG-20240902-WA0010
Share

 

ପାରଳାଖେମୁଣ୍ଡି—ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ସିପିଆଇ(ଏମ୍ଏଲ)ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ପାରଳାଖେମୁଣ୍ଡି କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ୧୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି lଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟ ବେତିପଡି ଗାଁର ୧୦୦ ରୁ ଉର୍ଦ୍ଧ୍ବ ଓ ଉପଲଡା ଶବର ସାହିର ୪୫ ପରିବାର ଆଦିବାସୀ ମାନଙ୍କୁ ଘର ଡିହ ପଟା, ଘୋଷାଣି ବ୍ଲକ ବୁଗୁଡ଼ା ଗାଁ ର ବବିତା ଶବର ଓ ଗଣ୍ଡାହାତି ଗାଁ ର ଭବାନୀ ବଡ଼ ଦଳାଇ କୁ ନ୍ୟାୟ ପ୍ରଦାନ କରିବା , ଆଦିବାସୀ ମାନେ ଘର କରିଥିବା ଘର ଉପରେ

ବୁଲଡୋଜର ଲଗାଇ ଘର ଭାଙ୍ଗିବା ତୁରନ୍ତ ବନ୍ଦ କରିବା, ଜଗଂଲ ଅଧିକାର ଆଇନ କଡା କଡି ଲାଗୁ କରିବା, ଆଦିବାସୀ ମାନଙ୍କ ଦଖଲରେ ରହିଥିବା ସିଲିଂ ବହିର୍ଭୁତ ଶିକ୍ଷା ଓ ସ୍ୱାସ୍ଥ୍ୟ ର ଅଧିକାର ଯୋଗାଇବା, ଜମି ର ପଟ୍ଟା ପ୍ରଦାନ, ସମସ୍ତ ରେସନ୍‌କାର୍ଡ କ୍ଷେତ ମୁଲିଆ ମାନଙ୍କୁ ୫୦କେଜି ଚାଉଳ, ବର୍ଷକୁ ୨୦୦ ଦିନ କାମ, ଦୈନିକ ୬୦୦ ଟଙ୍କା ମଜୁରୀ, କ୍ଷେତ ମୁଲିଆ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ୍ୟ ଟଙ୍କା, ସମସ୍ତଙ୍କୁ ୩୦୦ ୟୁନିଟ ବିଦ୍ୟୁତ ବିଲ ମାଗଣା ରେ ଯୋଗାଇବା, ବାର୍ଦ୍ଧକ୍ୟ ବିକଳାଙ୍ଗ ମାନଙ୍କୁ ପେନସନ ୫୦୦୦ ଟଙ୍କା ଯୋଗାଇବା, ଜଙ୍ଗଲ ଜମି ଘର ଡିହ ପଟ୍ଟା, ଗରୀବ କ୍ଷେତ ମୁଲିଆ ମାନଙ୍କ ଜଙ୍ଗଲଜାତ ଦ୍ରବ୍ୟ ମହୁଲ, ଝୁଣା, ଛାଞ୍ଚୁଣି, ମାଣ୍ଡିଆ, ଖଲିପତ୍ର,ଉପରେ ( ଜି ଏସ ଟି) ବନ୍ଦ କରିବା, ସରକାର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ସର୍ବମୂଲ୍ୟ ଦର ଠିକ୍ କରିବା ଉପରେ ନେତା ଗଣ ଧାରଣାରେ ରହି ବକ୍ତବ୍ୟ ରଖିଥିଲେ ଏହି ଆନ୍ଦୋଳନ ଓ ବିକ୍ଷୋବରେ ପି.ଭେଙ୍କଟ ରାଓ (ବିଶିଷ୍ଟ ଓକିଲ) ମୋଜେସ ଶବର,ମାଥ୍ୟୁ ରଇତ, କୈଳାସ ଶବର ,ଭାସ୍କର ରାଓ , ଶ୍ରୀନୁ ବେହେରା, ଅତିନିଆଲ ନାୟକ, ସଞ୍ଜୁମିତା ରଇତ ପ୍ରମୁଖ ଏହି ଗଣଧାରଣା ଓ ବିକ୍ଷୋଭ ରେ ଉପସ୍ଥିତ ଥିଲେ।

ପାରଳାଖେମୁଣ୍ଡି ରୁ ଗରୁଡ ଧ୍ଵୋଜ ଚୌଧୁରୀ ଙ୍କ ରିପୋର୍ଟ