ପୋଖରୀ ରେ ବୁଡି ଜଣେ ମୃତ
ବେଲଗୁଣ୍ଠା: ସୁକାନ୍ତ କୁମାର ନାୟକ(ଉପାନ୍ତ ଖବର)
ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା ନାମକ ଜଣେ ବ୍ୟକ୍ତି (୫୩) ଗ୍ରାମ ନିକଟରେ ଥିବା ପୋଖରି କୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରି ପାହାଚରେ ଥିବା ଶିଉଳି ରେ ଗୋଡ଼ ଖସି ଯିବାରୁ ସେ ପାଣିରେ ପଡିଯାଇଥିଲେ।ସେ ପାଣିରେ ବୁଡ଼ି ଯାଉଥିବା ବେଳେ ପାଖରେ ଥିବା କିଛି ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସା ଅବସ୍ତାରେ ଭଗବାନ ଙ୍କ ର ସେଠାରେ ମୃତ୍ୟୁ ଘଟିଥିଲା। ଏନେଇ ଭଗବାନଙ୍କ ପୁଅ ଗଣେଶ ଜେନା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମେଡ଼ିକାଲ ରେ ପହଞ୍ଚି ଭଗବାନଙ୍କ ଶବକୁ ଜବତ କରି ୦୭/୨୬ ରେ ଏକ ଅପ ମୃତୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଥିଲେ । ଶବ ବ୍ୟବଚ୍ଛେଦ ପରେ ଶବକୁ ତାର ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନା ଏ ଏସ୍ ଆଇ ଅତନୁ ମଲ୍ଲିକ୍ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
