September 21, 2024

ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ସୁଧୁରିବ କେବେ 

Share

ରାୟଗଡା :ରାଜ୍ୟ ସରକାର ରୋଗୀ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟିରେ ରଖି ରୋଗୀ ଙ୍କ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନୂତନ ଭାବେ ମେଡ଼ିକାଲ କୋଠା ଉଦଘାଟନ କରିଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଟି ବାହାର କୁ ଯେତିକି ଚକ ଚକ କରୁଛି ଭିତର ଟା ପୁରା ଅଲଗା ।ଦିନରେ ଯେତିକି ସ୍ୱାସ୍ଥ୍ୟ ସେବା ମିଳୁଛି ରାତ୍ରି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେମିତି ଚିର ନିଦ୍ରାରେ ଶୋଇ ରହୁଛି ।ସେହିପରି ରାମନାଗୁଡା ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉନ୍ନୀତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି । ପୂର୍ବ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଏଭଳି ଉନ୍ନତି ମୂଳକ କାର୍ଯ୍ୟ ସାଧାରଣ ରେ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସଂଖ୍ୟା ବୃଦ୍ଧି କୁ ନଜର ରେ ରଖି ୨୦୨୩ ମସିହା ଜାନୁଆରୀ ମାସରେ ନୂତନ ଭାବେ ଦୁଇ ମହଲା କୋଠା ନିର୍ମାଣ କରାଯାଇ ତାହା ଏବେ କାର୍ଯ୍ୟକ୍ଷମ କରାଯାଇଛି କିନ୍ତୁ ପରିତାପର ବିଷୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାମନାଗୁଡା ବ୍ଲକ ସମେତ କୋଲନରା ବ୍ଲକ ର ମୁକୁନ୍ଦପୁର ,ପଦ୍ମପୁର ବ୍ଲକ ର ଡେରିଗାଁ, ନାଇରା, ବିଷମକଟକ ବ୍ଲକ ର ଦୁର୍ଗୀ ଅଞ୍ଚଳ ରୁ ଦୈନିକ ଶତାଧିକ ପୁରୁଷ ଓ ମହିଳା ରୋଗୀ ଚିକିତ୍ସା ପାଇଁ ଏହି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ,କିନ୍ତୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ ବିଶେଷଜ୍ଞ ,ସ୍ତ୍ରୀ ଓ ପୁରୁଷ ରୋଗ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଅସ୍ତିଶଲ୍ୟ ବିଶେଷଜ୍ଞ ଚାରି ଜଣ ରହିବା କଥା କିନ୍ତୁ ବିଶେଷଜ୍ଞ ନିଯୁକ୍ତି ବଦଳରେ ତିନି ଜଣ ମହିଳା ଏମବିବିଏସ ଆସିଷ୍ଟାଣ୍ଟ ସର୍ଜନ ଦୁଇ ଜଣ ପୁରୁଷ ଆସିଷ୍ଟାଣ୍ଟ ସର୍ଜନ କୁ ନିଯୁକ୍ତି ଦିଆଯାଇଛି ହେଲେ ଏଠି ଚାରି ଜଣ ଡାକ୍ତର ରୋଗୀ ସେବା ଯୋଗାଉଥିବା ବେଳେ ଇନ ଚାର୍ଜ ଦାଇତ୍ୱ ରେ ଥିବା ଡାକ୍ତର ସୌରଭ ମହାପାତ୍ର ଙ୍କୁ ଡାକ୍ତର ଖାନା ରେ ଚିକିତ୍ସା କରୁଥିବାର କେବେ ହେଲେ ଦେଖିବାକୁ ମିଳୁନି ,ସବୁବେଳେ ନିଜ ସରକାରୀ ବାସଭବନରେ ରହି ମୋଟା ଅଙ୍କର ଦରମା ନେଉଛନ୍ତି ଏହି ଇନଚାର୍ଜ ଦାଇତ୍ୱ ରେ ଥିବା ଡାକ୍ତର ଜଣଙ୍କ ଏବଂ ସବୁଠାରୁ ବଡ଼ କଥା ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ୟ୍ଯ କରୁଥିବା ଜନୈକ କର୍ମଚାରୀ କାର୍ଯ୍ୟ ରେ ଅବହେଳା କରୁଥିବା ଘଟଣା କୁ ନେଇ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତଦନ୍ତ କରିବା ବଦଳ ରେ ହାତ ବାନ୍ଧି ଚୁପଚାପ ରହିଗଲେ ।ଏବେ ସାଧାରଣ ରେ ଏପରି ଇନ ଚାର୍ଜ ଙ୍କ କାର୍ଯ୍ୟକଳାପ କୁ ନେଇ ସନ୍ଦେହ ଦୃଢ଼ୀଭୁତ ହୋଇଛି । ଏଭଳି ଅଧିକାରୀ ଙ୍କୁ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ତୁରନ୍ତ ବଦଳି କରିବାକୁ ଦାବି ହେଉଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପାଞ୍ଚ ଡାକ୍ତର ଙ୍କ ମଧ୍ୟରୁ ଜଣେ ପୁରୁଷ ଆସିଷ୍ଟାଣ୍ଟ ସର୍ଜନ ସୌରଭ ମହାପାତ୍ର ଇନଚାର୍ଜ ଦାଇତ୍ୱ ରେ ରହିଥିବା ବେଳେ ଆଉ ବଳକା ଚାରି ଜଣ ଆସିଷ୍ଟାଣ୍ଟ ସର୍ଜନ କୁ ଦିବା ରାତ୍ରି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ନିୟୋଜିତ କରାଯାଉଛି ।ରାତ୍ରି ସମୟରେ ଯେଉଁ ଡାକ୍ତର ରୋଗୀ ସେବା ଦାଇତ୍ୱ ରେ ରହୁଛନ୍ତି ।ସେ ମେଡ଼ିକାଲ ରେ ଥିବା ସ୍ୱତନ୍ତ୍ର କୋଠରୀ ରେ ଉପସ୍ଥିତ ରହିବା ପରିବର୍ତ୍ତେ ନିଜ ସରକାରୀ ବାସ ଭବନରେ ନିଦ୍ରା ରେ ରହିଥାନ୍ତି ।ଯାହାର ପାଳି ରାତ୍ରି ସମୟରେ ଡ୍ୟୁଟି ପଡ଼େ ସେହି ଡାକ୍ତର ଙ୍କ ତ କଚେ ପୁଅ ବାର ।ଯେଉଁ ରୋଗୀ ଜରୁରୀକାଳୀନ ସେବା ନିମନ୍ତେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଆନ୍ତି ଚିକିତ୍ସା ଦାଇତ୍ୱ ରେ ଥିବା ଡାକ୍ତର ନିଜ ସରକାରୀ ବାସଭବନରେ ଥାଆନ୍ତି ।ରୋଗୀ ର ସମ୍ପର୍କୀୟ ଯାଇ ଡାକିବାକୁ ପଡ଼ିଥାଏ ।ଏହି ତ ଗଲା ଏମିତି କଥା ।ଅନ୍ୟପକ୍ଷରେ କହିବାକୁ ଗଲେ ଯେଉଁ ରୋଗୀ ମାନେ ଅଧିକ ଚିକିତ୍ସା ନିମନ୍ତେ ଅନ୍ତର୍ବିଭାଗ ରେ ଆଡ଼ମିଶନ ହେଉଛନ୍ତି ସେମାନଙ୍କ ଅବସ୍ଥା ନକହିବା ଭଲ ,କାରଣ ଏଠି ଅନ୍ତର୍ବିଭାଗ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସେବା ନିମନ୍ତେ ତିନୋଟି ମହିଳା ସ୍ୱାସ୍ଥ୍ୟ କର୍ମୀ ଆଉ ଦୁଇ ଜଣ ନର୍ସିଂ ଅଫିସର ଙ୍କ ହାତରେ ଛାଡି ଦିଆଯାଇଛି ସେମାନଙ୍କ ପକ୍ଷରେ ଦିବାରାତ୍ରୀ ରୋଗୀ ମାନଙ୍କ ସେବା ଯୋଗାଇବାରେ ସମ୍ଭବ ହେଉନାହିଁ ।ତେଣୁ କରି ରୋଗୀ ସେବା ଯୋଗାଇବା ପାଇଁ ଅତନ୍ତ ଅଧିକ ଆଉ ଚାରି ଜଣ ଷ୍ଟାଫ ନର୍ସ ଙ୍କୁ ନିଯୁକ୍ତି କରିଲେ ଭଲ ସେବା ଯୋଗାଇ ପାରିବେ ବୋଲି ସାଧାରଣ ରେ ଦାବି ହେଉଛି । ଯେଉଁ ରୋଗୀ ମାନେ ଅଧିକ ଚିକିତ୍ସା ପାଇଁ ମେଡ଼ିକାଲ ରେ ଆଡ଼ ମିଶନ ହେଉଛନ୍ତି ସେମାନଙ୍କ ନିମନ୍ତେ ବଡ଼ ବଡ଼ ବେଡ଼ ରହିଛି କିନ୍ତୁ ସେଠି ଖାଲି ବେଡ଼ ରେ ଚିକିତ୍ସା କରାଯାଉଛି ,ଯାଦ୍ୱାରା ରୋଗ କମିବା ବଦଳ ରେ ଦ୍ୱିଗୁଣା ହୋଇଯିବ ।ଦାଇତ୍ୱ ରେ ଥିବା କର୍ମଚାରୀ ମାନଙ୍କୁ ବେଡ଼ସିଟ ସମ୍ପର୍କରେ ପଚାରିଲେ ସେ ସବୁକୁ ସଫା କରିବା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି ଆସିଲେ ବେଡ଼ ଉପରେ ବିଛାଇ ଦିଆଯିବ ବୋଲି କହିଛନ୍ତି ।ତେବେ ଏହିପରି ଅବ୍ୟବସ୍ଥା ମଧ୍ୟରେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ସେବା ଯୋଗାଇ ଦିଆଯାଉଛି ।ଏଠାରେ ବିଶେଷଜ୍ଞ କେହି ନଥିବାରୁ ରାମନାଗୁଡା ବ୍ଲକ ସମେତ ଆଖପାଖ ବ୍ଲକ ରେ ରୋଗୀ ମାନେ ଜିଲ୍ଲା ସଦର ମହକୁମା କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲ ନହେଲେ ଆନ୍ଧ୍ରପ୍ରଦେଶ ପ୍ରାଇଭେଟ ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି । ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ପଦବୀ ଥାଇ ମଧ୍ୟ କୌଣସି ବି ଗୋଟିଏ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେଇ ନଥିବାରୁ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭର ବାତାବରଣ ସୃଷ୍ଟି ହୋଇଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁଇପର ଠାରୁ ଆରମ୍ଭ କରି କାର୍ଯ୍ୟାଳୟ କର୍ମଚାରୀ ପର୍ଯ୍ୟନ୍ତ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଥିବାରୁ ମନମୁତାବକ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ କର୍ମଚାରୀ ମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ପରିବର୍ତ୍ତନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସେଥିପାଇଁ ରୋଗୀ ମାନଙ୍କୁ ଉଚିତ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଆକର୍ଷଣ କରି ବିଶେଷଜ୍ଞ ନିଯୁକ୍ତି କରିବାକୁ ସାଧାରଣ ରେ ଦାବି ହେଉଛି । ଏହି ଖବର ପ୍ରସାରଣ ପରେ ରାଜ୍ୟ ସରକାର କେତେ ତତ୍ପର ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

(ଅମୁଲ୍ୟ ନିଶ)