September 21, 2024

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l

Share

 

ରାୟଗଡା : ରାୟଗଡା ଶ୍ରୀ ସତ୍ୟ ସାଇ ସେବା ସମିତି ତ ପୂର୍ଵ ନିଷ୍ପତି ଅନୁଯାଇ ଚଳିତ ମାସ ର ପ୍ରଥମ ରବିବାର ଦିନ ସଦର ବ୍ଲକ ର ଗଜିଗାଁ ଗ୍ରାମ ପଂଚାୟତ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଶ୍ରୀ ସତ୍ୟସାଇ ଭ୍ରମୟମାଣ ଚିକିତ୍ସାଲୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ସର୍ବମୋଟ 92 ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉପକୃତ ହୋଇଛନ୍ତି l ଏହି ଶିବିରରେ 10 ଜଣ ଦାନ୍ତ, 15 ଚକ୍ଷୁ, 15 ଜଣ ଙ୍କ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ହୋଇଥିବା ବେଳେ 67 ଜଣ ରୋଗୀ ଭେଷଜ ଚିକିତ୍ସା ପାଇଥିଲେ l ଡାକ୍ତର ଲକ୍ଷ୍ମୀନାରାୟଣ ପୃଷ୍ଟି, ଶ୍ରୀ ସତ୍ୟସାଇ ଭ୍ରମୟମାଣ ଚିକିତ୍ସାଳୟ ର କାର୍ଯ୍ୟ ନିର୍ବାହୀ ଭେଷଜ ବିଭାଗ ଡାକ୍ତର, ସୁରେଶ କୁମାର ଚକ୍ଷୁ, ରାଜେଶ କୁମାର ପାତ୍ର ଦାନ୍ତ, ମନୋଜ ପାଢ଼ୀ ରକ୍ତ ନମୁନା ପରୀକ୍ଷକ, ଦାନ୍ତ ସହାୟିକା ସ୍ୱପ୍ନା ରାଣୀ ମିଶ୍ର, ଚକ୍ଷୁ ସହାୟିକା ସୁରଭି ସୁଭଦର୍ଶିନୀ ପଟ୍ଟନାୟକ, ଫାର୍ମାସିଷ୍ଟ ଏ ମୁରଲୀଧର ଙ୍କ ସହିତ ସେଞ୍ଚୁରିୟନ ୟୁନିଭେର୍ସିଟି ର 2 ଫାର୍ମାସିଷ୍ଟ ଯୋଗ ଦେଇଥିଲେ l ସତ୍ୟ ସାଇସେବା ସମିତି ର 30 ସେବା ପ୍ରଦାନ କରିଥିଲେ l ଗଜିଗାଁ ସରପଞ୍ଚ ରଂଜିତ କୁମର ହୁଇକା କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ