September 21, 2024
Share

 

୧-ଭୁବନେଶ୍ୱର:ପାର୍ବଣ ଋତୁ ପାଇଁ ଆସ୍ଥାନ ଜମେଇଲେଣି କଲିକତି କାରିଗର,ଓଡିଆ କାରିଗରଙ୍କୁ ଅଣଦେଖା।

 

୨-ଲାଞ୍ଜିଗଡ:୧୦୦ ମିଟର ଜାତୀୟ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ କଳାହାଣ୍ଡି ପୁଅ ଲାଲୁ ପ୍ରସାଦ ଭୋଇ।

 

୩-ଏଥର ଭୁବନେଶ୍ଵର ଏବଂ କଟକରେ ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି।

 

୪-ରାଜ୍ୟ ରାଜନୀତିରେ ‘ରେଭେନ୍ସା’ ଝଡ଼; ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି।

 

୫-ଚିକିଟି ବିଷାକ୍ତ ମଦମୃତ୍ୟୁ: ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି।

 

୬-କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ।

 

୭-ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ, ମାଛ ରେଟ୍ ୩୦୦ ଉପରେ।

 

୮-ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେଲା ପଞ୍ଜିକରଣ । ଘର ଘର ବୁଲି ଫର୍ମ ବାଣ୍ଟିଲେ ଅଙ୍ଗନବାଡୀ କର୍ମୀ।

 

୯-ଭୁବନେଶ୍ୱର: ରାହୁଲ କର୍ଣ୍ଣ ଓଡ଼ିଶାର ମୁଖ୍ୟ ଆୟକର କମିଶନର।

 

୧୦-ପୁରୀ:ବିକ୍ରି ହେବନି ବାସି ଅବଢ଼ା; ନଜର ରଖିବେ ଅବସରପ୍ରାପ୍ତ ସେନା ନିବୃତ କର୍ମଚାରୀ।

 

୧୧-ଓଡିଶାକୁ ଆଳୁ ଗାଡି ଛାଡୁନି ପଶ୍ଚିମବଙ୍ଗ ପୋଲିସ, ସୀମାନ୍ତରେ ଓଡିଶା ବ୍ୟବସାୟୀଙ୍କ ପ୍ରତିବାଦ।

 

୧୨-ଭୁବନେଶ୍ୱର:ପୋଲିସ ପଞ୍ଝାରେ ୫ ଗଞ୍ଜେଇ ମାଫିଆ; ଚଢୁଥିଲେ ଦାମୀ ଗାଡ଼ି, ମଡେଲ୍‌ ଆଣି କରୁଥିଲେ ରିଲ୍ସ।

 

୧୩-ଝାରପଡ଼ା ଜେଲରେ ଗୁଣ୍ଡାଗର୍ଦ୍ଦି ,ଜେଲ୍ ଭିତରେ କଣ ଚାଲିଛି ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି।

 

୧୪-ଡେଉଁଛି ବାର୍ଡ ଫ୍ଲୁ.. ପୁରୀ ପରେ ଏବେ କେନ୍ଦ୍ରାପଡ଼ାରେ ବ୍ଲାର୍ଡ ଫ୍ଲୁ ଆତଙ୍କ।ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତରେ ଶହ ଶହ ମଲା କୁକୁଡ଼ା ପଡ଼ିଛି।

 

୧୫-ବାଙ୍ଗିରିପୋଷି:ଓଲଟିଲା ଆଇରନ ବୋଝେଇ ଟ୍ରକ, ଚାଳକ ମୃତ, ହେଲପର ଗୁରୁତର।

 

୧୬-ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୋଟାସାହିରେ ଅଭାବନୀୟ ଘଟଣା,ମାଟି କାନ୍ଥ ପଡି ଶିଶୁ ପୁତ୍ର ମୃତ, ବାପା ମାଆ ଗୁରୁତର।

 

୧୭-ଜୟପୁର:ରୋଗୀ ମୃ୍ତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ।

 

୧୮-ତୃତୀୟ ସଣ୍ଡେରେ ସର୍ବାଧିକ ଆୟକାରୀ ଫିଲ୍ମ ହେଲା ‘ସ୍ତ୍ରୀ ୨’, ‘ବାହୁବଳୀ ୨, ଯବାନ’କୁ ପଛରେ ପକାଇଲା।

 

୧୯-ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ୍ । ବିମାନ ବାଥରୁମରେ ବୋମା ବିସ୍ଫୋରଣ ଲେଖା ଥିବା କାଗଜ ମିଳିବା ପରେ ରୁଟ୍ ପରିବର୍ତ୍ତନ କଲା ବିମାନ।

 

୨୦-ଇସ୍ରାଏଲୀ ଓ ଆମେରିକୀୟ ବନ୍ଧକଙ୍କୁ ହତ୍ୟା କରିଛି ହମାସ, ଆଇଡିଏଫ ଦ୍ୱାରା ୬ ଶବ ଜବତ।

 

୨୧-ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭା ଗୃହରେ ଉତ୍କଳିୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ l ଉଲ୍ଲେଖନିଅ ଅବଦାନ ପାଇଁ ବହୁ ଜଣ ସମ୍ମାନିତ l