November 26, 2024

ରାଜବୋଡାସମ୍ବର ବ୍ଲକ୍ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ 

Share

ପଦମପୁର : ୧/୯(ଜୟନ୍ତ କୁମାର ସେଠ)କେ ଆର୍ ପି ହାଇସ୍କୁଲ ବାଜେନମୁଣ୍ଡା ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରଗଡ଼ ଜିଲ୍ଲା ଓଷ୍ଟା ସଭାପତି ଶ୍ରୀ ନନ୍ଦଲାଲ ନାଏକ, ଉପ ସଭାପତି ଶ୍ରୀ ଚୂଳସୁନ୍ଦର ମେହେର,ସମ୍ପାଦକ ଶ୍ରୀ ସଞ୍ଜୟ ସିଂହ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜ୍ୟ ଉପଦେଷ୍ଟା ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଶ୍ରୀ ପ୍ରୀତି ରଞ୍ଜନ ପ୍ରଧାନ, ଶ୍ରୀ ଗୋକୁଳାନନ୍ଦ ଡ଼ନସନା , ବ୍ଲକ ସଂପାଦକ ଶ୍ରୀ ପ୍ରସନ୍ନ ମେହେର, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଜାପତି ବାରିକ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଆରମ୍ଭରୁ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ସ୍କୁଲର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୀ ରବି ଶଙ୍କର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସଂପାଦକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ସଭାରେ ଶିକ୍ଷକ ମାନଙ୍କ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଗଣତାନ୍ତ୍ରିକ ପଦ୍ଧତି ରେ ନୂତନ କମିଟି ଗଠନ କରାଯାଇ ଥିଲା। ନୂତନ କମିଟିରେ ସଭାପତି ଶ୍ରୀ ପ୍ରମୋଦ ନାଥ,ଉପ ସଭାପତି ଶ୍ରୀ ମୋତିଲାଲ ସାହୁ, ଶ୍ରୀମତୀ ସକୃତା ସୁନା , ସଂପାଦକ ଶ୍ରୀ ରବିଶଙ୍କର ପ୍ରଧାନ, ସହ ସଂପାଦକ ଶ୍ରୀ କେଶବ ପ୍ରଧାନ, ଶ୍ରୀମତୀ

ପଦ୍ମିନୀ ବାଗ , ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଚନ୍ଦ୍ରମଣି ସାହୁ, ଶ୍ରୀ ଅଶୋକ ବେହେରା, ଶ୍ରୀ ରାମଚନ୍ଦ୍ର ପ୍ରଧାନ ଓ ଶ୍ରୀ ଜୟସିଂ ସାହୁ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ମାର୍ତଣ୍ଡଦେବ ସାହୁ, ଶ୍ରୀ ରାମକୃଷ୍ଣ ବାରିକ ନିର୍ବାଚିତ ହୋଇଥିଲେ। ଶ୍ରୀ ପ୍ରୀତିରଞ୍ଜନ ପ୍ରଧାନ ଶପଥ ପାଠ କରାଇଥିଲେ ଏବଂ ପରିଶେଷରେ ଶ୍ରୀ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ ଆର୍ ପି ହାଇସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.