ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ଅସହାୟ ରୋଗୀମାନଙ୍କ ସାହା ଭରଷା ନନ୍ଦୁ ଚରଣ ଜେନା ।
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ଅସହାୟ ରୋଗୀମାନଙ୍କ ସାହା ଭରଷା ନନ୍ଦୁ ଚରଣ ଜେନା ।
ହାଟଡିହି, ୨/୯:କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହାଟଡିହି ବ୍ଲକର ହାଟଡିହି ଗ୍ରାମ ପଞ୍ଚାୟତ, ଗୋପ ଗ୍ରାମରେ ଜନ୍ମ ନନ୍ଦୁ ଚରଣ ଜେନା ପିଲାଦିନରୁ ଗ୍ରାମ ହେଉ ବା ସ୍କୁଲ ର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସେ ଅଂଶ ଗ୍ରହଣ କରିଥାନ୍ତି । ହାଟଡିହି ଉଚ୍ଚବିଦ୍ୟାଳୟରେ ପଢିବା ସମୟରେ ଛାତ୍ର ବାସ ଏବଂ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମକୁ ଦାୟୀତ୍ୱ ର ସହ ସୁଚାର ରୂପେ ତୁଲାଇ ଥାନ୍ତି। ହାଇସ୍କୁଲରେ N.C.C ନେଇ ସେହି ଶୃଙ୍ଖଳାରେ ଅନୁପ୍ରାଣିତ ହୋଇ ଏକ ଶୃଙ୍ଖଳିତ ସମାଜ ଗଠନ ନିମନ୍ତେ ଅଦ୍ୟାବଧି ଉଦ୍ୟମ ଜାରି ରଖିଛନ୍ତି।
ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ +୨ ରେ ଦଳ ତରଫରୁ ସାଂସ୍କୃତିକ ସଂପାଦକ ଏବଂ +୩ ରେ ଛାତ୍ର ସଂସଦରୁ ଉପସଭାପତି ଭାବେ ନିର୍ବାଚିତ ହୋଇ ରାଜ ନୈତିକ ଜୀବନ ଆରମ୍ଭ କରିଥଲେ ।
ସ୍ବେଚ୍ଚାସେବୀ ସଂଗଠନ ମା’ ଜଗତ୍ ଜନନୀ ସେବା ଟ୍ରଷ୍ଟ ମାଧ୍ୟମରେ ବନ୍ୟା, ବାତ୍ୟା, ମରୁଡି, ଘର ପୋଡି ଆଦି ନାନା ଦୈବ ଦୁର୍ବୀପାକର ଆକ୍ରାନ୍ତ ଓ ପିଡିତ ମାନଙ୍କ ନିକଟରେ ପହଞ୍ଚି ସହାନୁଭୂତିର ସହ
ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରୁଥିଲେ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ କିସମର ଧାନ ବିହନ,ପନି ପରିବା ମିଞ୍ଜି ଯୋଗାଇବା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଅସହାୟ ରୋଗୀମାନଙ୍କୁ ନେଇ କଟକ ଓ ଭୁବନେଶ୍ୱରର ବଡ଼ବଡ଼ ଡାକ୍ତର ଖାନାରେ ଡାକ୍ତରୀ ଚିକିତ୍ସାରେ ସୁବ୍ୟବସ୍ଥା କରାଇବା ଅସହାୟ
ବୃଦ୍ଧ ବୃଦ୍ଧ। ମାନଙ୍କ ଶୀତବସ୍ତ୍ର ଯୋଗାଇବା ଏବଂ ବିଭିନ୍ନ ସମୟରେ ରକ୍ତଦାନ ଶୀବିର ଆୟୋଜନ କରି, ରକ୍ତ ଦାନ ଶିବିର ଆୟୋଜନ କରି , ରକ୍ତଦାନର ବ୍ୟବସ୍ଥା କରାଇବା, ମହାମାରି କରୋନା ସମୟରେ ମାକ୍ସ୍ ସାନିଟଈଜର ବନ ସହ ଜନ ସଚେତନତା ସୃଷ୍ଟି କରାଇବା , ଅଞ୍ଚଳର ପରିବେଶକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମରୁ ନଗରଯାଏଁ ବିଭିନ୍ନ ବିଭିନ୍ନ ସ୍ଥାନରେ ଉଯୋଗ ଯୁବ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ବୃକ୍ଷ ରୋପଣ କରିବା ସହିତ ଓ କ୍ରୀଡ଼ା କ୍ଷେତ୍ରରେ ଶିଶୁ ଓ ଯୁବ ପିଢୀର ଉନ୍ନତି ପାଇଁ କ୍ରୀଡ଼ା ସାମଗ୍ରୀ ଓ ପାତ୍ୟୋପକରଣ ସହିତ ବିଭିନ୍ନ ଆବଶ୍ୟକ ସହାୟତା ଯୋଗାଇଦେବେ, ଏତଦବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଗୁଡିକ ପ୍ରତ୍ୟେକ ଓ ଗଳିକନ୍ଦିରେ ପହଞ୍ଚାଇବାରେ ସକ୍ତିୟ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ କେନ୍ଦୁଝର ସଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଙ୍କର ପ୍ରତିନିଧ ଭାବେ ହାଟଡିହି ବ୍ଲକ ର ଦଳିୟ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ସଂପାଦନକରିବା
ସଂଗେସଂଗେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ର କାର୍ଯ୍ୟ ତୁଲାଉଛନ୍ତି। ଏବଂ ଦୀର୍ଘଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରୀୟ ସଂଗଠନ ଭାବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସାଂଗଠନିକ କାର୍ଯ୍ୟ କ୍ରମ ଗୁଡ଼ିକୁ ଆଗ୍ରହର ସହ ସୁଚାରୁରୂପେ ସଂପାଦନ କରିଆସୁଛନ୍ତି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)