ସେପ୍ଟେମ୍ବର ୧ କୁ ଡାଇଭର ଦିବସ ରୂପେ ପାଳନ କଲେ ରା,ଉଦୟଗିରି ବ୍ଲକ୍ ଡାଇଭର ମହାସଂଘ —-
ସେପ୍ଟେମ୍ବର ୧ କୁ ଡାଇଭର ଦିବସ ରୂପେ ପାଳନ କଲେ ରା,ଉଦୟଗିରି ବ୍ଲକ୍ ଡାଇଭର ମହାସଂଘ —-
ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଡାଇଭର ମହାସଂଘ ତଥା ମୋହନା ବ୍ଲକ୍ ଚନ୍ଦ୍ରଗିରି ଡାଇଭର ମହାସଂଘ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି ।ରା,ଉଦୟଗିରି ବ୍ଲକ୍ ର ଛେଳିଗଡ଼ ହାଟପଦା ଠାରେ ୧୭ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଆଗଧାଡିରେ ଥିବା ଡାଇଭର ମହାସଂଘ ସଦସ୍ୟ ବହୁ ସଂଖ୍ୟକ ଯୋଗ ଦେଇ ହାଟପଦା ଠାରୁ ଛେଳିଗଡ଼ ମୁଖ୍ୟ ବଜାର ପର୍ଯ୍ୟନ୍ତ ଏକ ବିଶାଳ ସଭାଯାତ୍ରା ବାହାରି ପୁଣି ହାଟପଦା ରେ ଵ୍ୟୈଠକ ଆୟୋଜନ କରାଯାଇଥିଲା।ଉକ୍ତ ଵୈଠକରେ ମୁଖ୍ୟ ଅତିଥି ଭାବେ ରାମରଣସିହ ନାୟକ, ଛେଳିଗଡ଼ ସରପଞ୍ଚ ସନ୍ତୋଷିନି ପାଇକ,ଜିଲ୍ଲା ଉପଦେଷ୍ଟା ପ୍ରେମ ବୀର, ବ୍ଲକ୍ ସଭାପତି ବଳରାମ ଭାଇ ବ୍ଲକ୍ ଉପସଭାପତି ସନ୍ତୋଷ କୁମାର ରଥ,ତଥା ବ୍ଲକ୍ ର ସମସ୍ତ ଡାଇଭର ସଦସ୍ୟ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରି କେକ୍ କାଟି ଶୁଭ ଉଦ୍ଘାଟନ କରିଥିଲେ ।ତତ୍ପରେ ଚନ୍ଦ୍ରଗିରି ଠାରେ ଶିବ ମନ୍ଦିର ପ୍ରାଙ୍ଗଣରେ ସଭାପତି ବଚନ ଭାଇଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ଗ୍ରାମର ମୁଖ୍ୟ ଲୋକନାଥ ପାତ୍ର,ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ,ସମାଜ ସେବୀ ଗୌରିଶଙ୍କର ପ୍ରଧାନୀ,ବରୀଷ୍ଠ ଡାଇଭର ତ୍ରିଲୋଚନ ଦଳାଇ,ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ ।ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଆମ ଡାଇଭର ମାନଙ୍କ ପାଇଁ ଏକ ସଚେତନ ବାତ୍ତା ଦେଇଛନ୍ତି, ଯଥା ଗାଡ଼ି ଚଲେଇଲାବେଳେ ମଦ୍ୟପାନ ନ କରିବା, ଗାଡ଼ି ପାସ୍ ମାଗିଲେ ତାକୁ ସାଈଡ଼ ଦେବା, ରାତିରେ ଅପର୍ ଡିପର୍ କୁ ବ୍ୟବହାର କରିବା, ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ଅନୁଯାୟୀ ଯିବା ଏଭଳି ବହୁ ଗୁରୁତ୍ୱ ପୁଣ୍ଣ ନିୟମ ବିଷୟରେ ବୁଝାଇ ଥିଲେ ।ଏଭଳି ଭାବରେ ବହୁତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ଡାଇଭର ମହାସଂଘ ଆଜି ର ଦିବସ ଟିକୁ ପାଳନକରିଛନ୍ତି।
(ମୁକେଶ ପ୍ରଧାନ)