April 27, 2026

କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରରେ ମାତୃ କର୍ମଶାଳା

IMG-20250802-WA0100
Share

 

 

 

ତାଳଚେର, ୦୨/୦୮- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରା ଓ ମୁଖ୍ୟବକ୍ତା ଭାବରେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ରୀତା ଭୂତିଆ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର କୁନିଛାତ୍ରୀ ପ୍ରିୟାଂଶୀ ପ୍ରଧାନ ଭାଗବତ ଆବୃତି କରିଥିଲେ । ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ଅର୍ଚ୍ଚନା ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଶିଶୁର ଶାରିରୀକ,ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮୨ଜଣ ମାଆ ଉପସ୍ଥିତ ଥିଲେ । ଏହାସହିତ ମାଆମାନଙ୍କୁ ଶାରିରୀକ, ପ୍ରାଣିକ ବିକାଶ, ମାନସିକ ବିକାଶ, ଅଙ୍କ ଜ୍ଞାନ, ସଂଖା ଓ ଅକ୍ଷର ପରିଚୟ ଆଦି ତାଲିମ ଦିଆଯାଇଥିଲା । ଆଚାର୍ଯ୍ୟା ଅର୍ଚ୍ଚନା ସାହୁ ଓ ସରସ୍ୱତୀ ସାହୁୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା କଳ୍ପନା ସାହୁ, ରାଗିଣୀ ସ୍ୱାଇଁ, ରଞ୍ଜୁବାଳା ସାହୁ, ସବିତା ସାହୁ, ବୈଜୟନ୍ତୀ ସାହୁ, ପୁଷ୍ପାରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।