ଦାବୀ ପୁରଣ ନ ହେଲେ ସମୁହ ଛୁଟିରେ ଯିବେ ପିଇଓ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି ଅଧୀନରେ ଥିବା ସତର ଗୋଟି ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାବୀ ପୁରଣ ନ ହବା ଯାଏ ସମୁହ ଛୁଟିରେ ଯିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜ଼ିଲ୍ଲାପାଳ ଙ୍କୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କୋଟପାଡ଼ ବ୍ଲକ ପକ୍ଷ ରୁ ଏକ ଦାବୀ ପତ୍ର ଆଜି ପ୍ରେରଣ କରାଯାଇଥିବା ଜଣା ଯାଇଛି I ଉକ୍ତ ଦାବୀ ପତ୍ର ପ୍ରଦାନ ବେଳେ ଶ୍ରୀ ଗଣେଶ କୁମାର କୁଲଦୀପ. ସାଇ ପ୍ରସାଦ ପଟ୍ଟନାୟକ. ସୁବାସ ଚନ୍ଦ୍ର ସେଠି. ଶରତ ଚନ୍ଦ୍ର ଦାସ. ଜଗବନ୍ଧୁ ଗୌଡ଼. ପେଙ୍ଗ ମାଝୀ. ସୁଧାଂଶୁ ଶେଖର ରଥ. ମୁରଲୀ ପଟ୍ଟନାୟକ,ଅଜିତ କୁମାର ନାୟକ,ଶ୍ରୀମତୀ ରଶ୍ମିତା ଦାସ. ଦିଲୀପ ପଟ୍ଟନାୟକ ଙ୍କ ସମେତ ସମସ୍ତ ପିଇଓ ଉପସ୍ଥିତ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I