November 23, 2024
Share

*ଖବର ଆଜିର*
ତାରିଖ ୦୨/୦୮/୨୦୨୩ ବୁଧବାର ।

ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ରତ୍ନଭଣ୍ଡାର ସୁରକ୍ଷିତ ଥିବା କୁହାଯାଇଛି। ରତ୍ନଭଣ୍ଡାରରେ ୧୪୯ କିଲୋ ୪୬୦ ଗ୍ରାମ ସୁନା ଏବଂ ୧୮୪ କିଲୋଗ୍ରାମ ରୁପା ଅଳଙ୍କାର ଥିବା ସତ୍ୟପାଠରେ କୁହାଯାଇଛି ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୧୪ ବିଜେଡି ନେତାଙ୍କୁ ଥଇଥାନ, ମିଳିବ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ :  ୮୬ ବର୍ଷରେ ୧୭୦୦ ମିଟର ପଛକୁ ଘୁଞ୍ଚିଛି ଗଙ୍ଗୋତ୍ରୀ ଗ୍ଲାସିୟର୍ ।

ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା ଫତେହୀ ।

ଭୁୁବନେଶ୍ୱରରେ ଚାକିରି ଆଶାୟୀଙ୍କ ହଲ୍ଲାବୋଲ: ଦୁର୍ନୀତିମୁକ୍ତ ପରୀକ୍ଷା ପାଇଁ ଏକାଠି ହେଲେ ଛାତ୍ରଛାତ୍ରୀ ।

ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ ଯାନବାହାନ ।

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

୨ ହଜାର ଟଙ୍କା ନୋଟ୍‌କୁ ନେଇ ବଡ଼ ଖବର, ଜୁଲାଇ ୩୧ ସୁଦ୍ଧା ବ୍ୟାଙ୍କକୁ ଫେରିଛି ୮୮%, ଆଉ ୧୨ ପ୍ରତିଶତକୁ ଅପେକ୍ଷା ।

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି କରିବ ବିରୋଧ ।

ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ହେବ ଆଧୁନିକୀକରଣ.. ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ..

‘ସମ୍ବଲପୁରୀ ଦିନ୍‌’ରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦରେ ଯୋଗଦେଲେ ବିଜେପି ସାଂସଦ ଓ ମନ୍ତ୍ରୀ..

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟା ଜଳ ।ପାନୀୟ ଜଳ ସହ ସୃଷ୍ଟି ହେଲା ଜଳସେଚନର ନୂଆ ସମ୍ଭାବନା

ଆସନ୍ତା ୯ରେ ଶ୍ରୀଜୀଉଙ୍କ ବନକଲାଗି ନୀତି

ବାହାନଗା ରେଳ ଦୁର୍ଘଟଣା: ଏବେ ବି ଚିହ୍ନଟ ହୋଇପାରିନି ୨୯ ଶବ

ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଦିଲ୍ଲୀ ବିଲକୁ ବିଜେଡିର ସମର୍ଥନ ।

ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି: ଉଦ୍‌ବେଗ ଜଣାଇଲେ ସୁପ୍ରିମକୋର୍ଟ ।

କେନ୍ଦ୍ର ସରକାର ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍‌, ୨୦୨୩ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ସରକାର ଲୋକସଭାରେ ଆଗତ କରିଥିଲେ।

ଆଗୁଆ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି: ରାଜନୈତିକ କାର୍ଯ୍ୟକ୍ରମକୁ ବଳ ଦେଉଛି ଅତିରିକ୍ତ ବଜେଟ୍ ପ୍ରସ୍ତୁତି ।

ମଣିପୁର ହିଂସା: ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଇଣ୍ଡିଆ ମେଣ୍ଟର ୨୧ ସାଂସଦ ।

ସୁପ୍ରଭାତ ,ଶୁଭ ସକାଳ ।