June 2, 2026

ଆମ ଆଦମୀ ପାର୍ଟିର ସଦସ୍ୟ ସଂଗ୍ରହ ଅଭିଯାନ..

IMG-20260602-WA0039
Share

 

ଚିକିଟି.

ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଆମ୍ ଆଦମୀ ପାର୍ଟି ର ସଦସ୍ୟ ସଂଗ୍ରହ ଅଭିଯାନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତରାପୁର ଠାରେ ଶିବ ରାମ ଗୌଡ, ଆଲୋକ ରେଡ୍ଡୀ, ଆଦିତ୍ୟ ରେଡ୍ଡୀ, ଶ୍ରୀକାନ୍ତ ପ୍ରଧାନ ଶଙ୍କର ଗୌଡ , ବିନୋଦ ଗୌଡ ପ୍ରମୁଖ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିବା ବେଳେ ନୂତନ ସଦସ୍ୟ ମାନଙ୍କୁ ଶ୍ରୀନିବାସ ରେଡ୍ଡୀ ଉତ୍ତରୀୟ ପ୍ରଦାନ କରାଇ ଟୋପି ପରିଧାନ କରିଥିଲେ। ଅରବିନ୍ଦ କେଜ୍ରିୱାଲ ଙ୍କ ନିର୍ଦେଶ କ୍ରମେ ଜୁନ୍ ଏକ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ନୂତନ ସଦସ୍ୟ ସଂଗ୍ରହ ଅଭିଯାନ କରାଯାଉଛି। ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ନୂତନ ସଦସ୍ୟ ସଂଗ୍ରହ କରାଯାଇ ଆମ୍ ଆଦମୀ ପାର୍ଟିକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ରେଡ୍ଡୀ ପ୍ରକାଶ କରିଛନ୍ତି।(ସୁଭଶ୍ରୀ ପ୍ରଧାନ)

You may have missed