September 22, 2026

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ଦୁଇ ବିଧାୟକଙ୍କ ଯୋଗଦାନ ..

IMG-20260602-WA0037
Share

        ପାରଳାଖେମୁଣ୍ଡି(କୃଷ୍ଣ କୁମାର ବେହେରା)ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ବେଦ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି ଓ ହରିନାମ ସଙ୍କୀର୍ତ୍ତନରେ ମହେନ୍ଦ୍ରଗିରି ଭକ୍ତିମୟ ପରିବେଶରେ ପାଲଟିଯାଇଛି ।

ମେଳାର ଶୁଭାରମ୍ଭ ଅବସରରେ ଦଶ ହଜାରରୁ ଅଧିକ ମହିଳା ପର୍ଶୁରାମ କୁଣ୍ଡରୁ ପବିତ୍ର ଜଳ ଆଣି ବିରାଟ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକ ପରିଧାନ କରି ମହିଳାମାନେ ଭଜନ ଓ ଧାର୍ମିକ ସଙ୍ଗୀତ ମଧ୍ୟରେ ମହେନ୍ଦ୍ର ଶିଖର ଅଭିମୁଖେ ଯାତ୍ରା କରିଥିଲେ। ଭକ୍ତି ଓ ଆଧ୍ୟାତ୍ମିକତାର ଏହି ଅଦ୍ଭୁତ ଦୃଶ୍ୟ ସମସ୍ତଙ୍କ ମନରେ ଭକ୍ତି ଜାଗୃତ କରିଥିଲା। ଶିଖରରେ ପହଞ୍ଚିବା ପରେ ମହେନ୍ଦ୍ର ମେଳାର ଶୁଭାରମ୍ଭ କରାଯାଇଥିଲା। ଆଜି ଦ୍ୱିତୀୟ ଦିନ ରେ ମଧ୍ୟ ପ୍ରବଳ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି, ଆଜି ମାନ୍ୟବର ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଶଙ୍କରାର୍ଚର୍ଯ୍ୟ, ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ଏପରି ବ୍ୟାପକ ଓ ଭବ୍ୟ ଆୟୋଜନ ହୋଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଯାତାୟାତ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଜୁନ ୨ ତାରିଖ ଠାରୁ ମହାଯଜ୍ଞ ଆରମ୍ଭ ହେବ ବୋଲି ଜଣାପଡିଛି । ଏଥି ସକାଶେ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧୁ-ସନ୍ଥ, ଧର୍ମଗୁରୁ ଓ ବେଦପଣ୍ଡିତ ମହେନ୍ଦ୍ରଗିରିରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଯଜ୍ଞ, ପ୍ରବଚନ, ଧାର୍ମିକ ସଭା, ଭଜନ-କୀର୍ତ୍ତନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଆଗାମୀ ୯ ଦିନ ଧରି ମହେନ୍ଦ୍ରଗିରି ଭକ୍ତି, ସଂସ୍କୃତି ଓ ଆଧ୍ୟାତ୍ମିକତାର ମହାକେନ୍ଦ୍ର ପାଲଟିଛି ।

You may have missed