April 27, 2026

ବାବା ଝଙ୍କେଶ୍ୱର ମହାଦେବ ଙ୍କ ପୀଠରେ 41 ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଉଦଯାପିତ..

IMG-20260402-WA0055
Share

          ତିର୍ତ୍ତୋଲ ତା 2/4/2026 ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ପ୍ରାଚୀନ ଶୈବପୀଠ ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ବାବା ଝଙ୍କେଶ୍ୱର ମହାଦେବ ଙ୍କ ଏକଚାଳିଶ ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଗତ ମାର୍ଚ୍ଚ 29 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଏପ୍ରିଲ ଦୁଇତାରିଖ ଗୁରୁବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ପୁଣ୍ୟତୋୟା ହଂସୁଆ ନଦୀରୁ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା, ବାବାଙ୍କ ଧାମରେ ପହଞ୍ଚିବା ପରେ, ଅଙ୍କୁରାରୋପଣ, ପାର୍ଶ୍ଵ ଦେବଦେବୀ ପୂଜା, ଅଗ୍ନିସ୍ଥାପନ, ସୂର୍ଯ୍ୟପୂଜା, ଗୋପୁଜା ସହିତ ପ୍ରତ୍ୟହ ଯଂଜ୍ଞ ରେ ଆହୁତି ପ୍ରଦାନ, ଓ ରୁଦ୍ରାଭିଷେକ ଆଦି ବୈଦିକ ରୀତିନୀତି ରେ ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ଅକ୍ଷୟ କୁମାର ଦାଶ ମୁଖ୍ୟଆଚାର୍ଯ୍ୟ, ପଣ୍ଡିତ କାହ୍ନୁଚରଣ ମିଶ୍ର ପୁସ୍ତକାଚାର୍ଯ୍ୟ ଭାବେ ଯୋଗଦେଇଥିବା ବେଳେ ରାକେଶ ପଣ୍ଡିତ,ଓ ନିରଞ୍ଜନ ପଣ୍ଡା ସହଯୋଗୀ ଆଚାର୍ଯ୍ୟ ଭାବେ ଯଜ୍ଞ ପରିଚାଳନା କରିଥିଲେ l ରାଜକିଶୋର ପଣ୍ଡା ଓ ସସ୍ମିତା ପଣ୍ଡା କର୍ତ୍ତା କର୍ତ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ନିତ୍ୟପୂଜକ ମାଧବ ପଣ୍ଡା, ଯୋଗେନ୍ଦ୍ର ପଣ୍ଡା, ବିଜୟ ଦାସ, ପ୍ରଦୀପ୍ତ ପଣ୍ଡା, କାହ୍ନୁ ପଣ୍ଡା ଓ ଭାଗ୍ୟଧର ଦାସ ଙ୍କ ସମେତ ଯଜ୍ଞପରିଚାଳନା କମିଟି ର କର୍ମକର୍ତ୍ତା ବଳରାମ ପରିଡା, ବିଳାସ ଚନ୍ଦ୍ର ବେହେରା, ଇଂ ସୁବ୍ରତ ମଲ୍ଲିକ, ରମେଶ ଚନ୍ଦ୍ର ମଲ୍ଲିକ, ଅଶୋକ କୁମାର ମଲ୍ଲିକ, ସୁକାନ୍ତ ପରିଡା ଓ ପ୍ରଭାକର ପରିଡା ଓ ସର୍ବୋପରି ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର