April 23, 2026

କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ମାଁ ଶୀତଳା ଠାକୁରାଣୀଙ୍କ ତ୍ରୟ ବାର୍ଷିକ ଘଟଯାତ୍ରା ସମାପନ..

IMG-20260402-WA0051
Share

କୋଟପାଡ଼(ହରିଶ କୁମାର ପଟ୍ଟନାୟକ)ବୁଧବାର ଦିନ ଧୁମ ଧାମରେ ସମାପନ ହେଇଯାଇଛି ମାଁ ଶୀତଳା ଠାକୁରାଣୀ ଙ୍କ ତ୍ରୟ ବାର୍ଷିକ ଘଟଯାତ୍ରା। ସକାଳ ୭ ଘଣ୍ଟାରୁ ସହର ସମସ୍ତ ସାହିରୁ ଘଟ କୁମ୍ଭ ଦେବା ସହିତ ମାନସିକ ଧାରି ମାନେ ନିଜ ନିଜ ଘରେ ପୂଜାରୀ ମାନଙ୍କ ଦ୍ୱାରା ପୂଜାପାଠ ଅନୁଷ୍ଠିତ କରି ଘଟ କୁମ୍ଭ ସ୍ଥାପନା କଲା ପରେ ଘଣ୍ଟ ମହୁରି ନାଗରା,ଡ଼ାମ୍ପ ବଜେଇ ମାଁ ଶୀତଳା ଠାକୁରାଣୀ ମନ୍ଦିରକୁ ପହଁଞ୍ଚିଥିଲେ।ସେଠାରେ ପୂଜାପାଠ ହୋମଯଜ୍ଞ ଅନୁଷ୍ଠିତ କରି ଅପରାହ୍ନ ସନ୍ଧ୍ୟା ୫ ଟାରେ ମାଁ ଙ୍କ ବିମାନ ସହ ସହର ପରିକ୍ରମା କରି ୨ କିମି ଦମୟନ୍ତୀ ସାଗର ଶେଷ ମୁଣ୍ଡରେ ରାତ୍ର ୯ ଘଣ୍ଟା ରେ ପହଞ୍ଚି ଅସ୍ଥାୟୀ ପୀଠରେ ମାଁ ଙ୍କୁ ବିରାଜମାନ କରିଥିଲେ।ଏଥିରେ ଯେଉଁ ମାନେ ଘଟ କୁମ୍ଭ ଧରି ମାଁ ଙ୍କ ସହିତ ଯାଉଥିଲେ ସେମାନଙ୍କୁ ବିଭିନ୍ନ ଦେବା ଦେବୀ ପ୍ରସନ୍ନ ହୋଇ କାଳସୀ ଲାଗି ବିଭିନ୍ନ ରୂପରେ ନୃତ୍ୟ ପରିବେଶଣ କରୁଥିବା ବେଳେ ଆଖ ପାଖ ଗ୍ରାମାଞ୍ଚଳ ର ଦେବା ଦେବୀଙ୍କ ଲାଠି,ଖୁର୍ଚ୍ଚଇ, ଡୋଲୀ ଇତ୍ୟାଦି ନାଗରା,ଡ଼ାମ୍ପୋ, ମୁହୁରି ଘଣ୍ଟ ଶବ୍ଦର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ମନ୍ଦିର ରୁ ମାଁ ଙ୍କ ବିମାନ ବାହାରିବା ସମୟରେ ଏହି ଅଞ୍ଚଳର ଆଦିବାସୀ,ମାଡିଆ ନାଚ କାଳୀ ମହିସା ସୁର ନାଚ,ଶିବ ତାଣ୍ଡଵ ନୃତ୍ୟ ଇତ୍ୟାଦି ଶୋଭାଯାତ୍ରା ବାହାରି ଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ଦୁଇ କିମି ପର୍ଯ୍ୟନ୍ତ ରୁଣ୍ଡ ହୋଇ ଥିଲେ।ପ୍ରଶାସନ ତରଫରୁ ମନ୍ଦିର ପୂଜା କମିଟିଙ୍କୁ ସମସ୍ତ ସହଯୋଗ କରିଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ଗଳି କନ୍ଦୀ ଛକ ଛକରେ ଟ୍ରାଫିକ ନିୟନ୍ତିତ କରିଥିଲେ।ମାଁ ଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିକଟରେ ଆନ୍ଧ୍ର ର ଆତସ ବାଜି ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରି ନିୟୋଜିତ ହୋଇ ଟିକନିକ ପରକ୍ଷି ଥିଲେ।ଚଳିତ ବର୍ଷ ୧୦ ହଜାରରୁ ଉର୍ଦ୍ଧ ଘଟ କୁମ୍ଭ ମାଁ ଙ୍କ ସହ ଯାତ୍ରା କରିଥିବା ବେଳେ ଏହି ସହର ସମସ୍ତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ, ଯୁବ ସଙ୍ଗଠନ,ପାନୀୟ ଜଳ,ମୃଦୁ ପାନୀୟ,ଅନ୍ନଭୋଜନ,ଜଳଖିଆ ଇତ୍ୟାଦି ସେବା ପ୍ରଦାନ କରିଥିଲେ। ରାତ୍ର ଦଶ ଘଣ୍ଟ ସମୟରେ ଅସ୍ଥାୟୀ ପୀଠରେ ପଣ୍ଡିତ ମାନଙ୍କ ଦ୍ୱାରା ହୋମଯଜ୍ଞ ଅନୁଷ୍ଠିତ କଲାପରେ ମାଁ ଙ୍କ ନିକଟରେ ବଳି ପଢ଼ିଥିଲା। ସେଠାରୁ ନିଛାଟିଆ ରାତ୍ରରେ ପୁଣି ବିମାନ ଦ୍ୱାରା ପୁଣି ବାହୋରଗୋଡ଼ ସାହି ସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା। ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଥିବାରୁ ଯାତ୍ରା କମିଟି ପ୍ରଶାସନ ଏବଂ ସ୍ବେଛାସେବୀ, ଗ୍ରାମବାସୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

You may have missed